ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ବ୍ଲକ୍ ଗସ୍ତ

ନବରଙ୍ଗପୁର  : ନବରଙ୍ଗପୁର ଜ଼ିଲ୍ଲା ଝରିଗାଁ ବ୍ଲକ୍ ଗସ୍ତରେ ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଆସି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ଝରିଗାଁ ବ୍ଲକ୍ କୃଷକ ସଂଗଠନ ପକ୍ଷରୁ ବରିଷ୍ଠ କୃଷକ ନେତା ଉଦୟ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତିନୋଟି  ସର୍ବଦଳୀୟ କୃଷକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନୀୟ ଅତିଥି ଭାବେ ବ୍ଲକ୍ କୃଷକ ସଂଗଠନ ସଭାପତି ଅଶୋକ କୁମାର ମୂର୍ତ୍ତି,ସମ୍ପାଦକ ପ୍ରେମାନନ୍ଦ ପାଣ୍ଡେ, ପୂର୍ବତନ ସରପଂଚ ମୋହନ ପ୍ରଧାନି,ଦେବଜ୍ୟତି ପଟନାୟକ, ପନକା ସମାଜ ସଭାପତି ଧରମ ଦାସ ପନକା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଦ୍ମନାଭ ପାଣ୍ଡେ ଶ୍ରୀପତି ଭତରା,ରାତାଖଣ୍ଡି ଗୁଡ଼ା ସରପଂଚ ଜୟମନି ଗଣ୍ଡ,କ୍ୟାମ୍ପ ସଭାପତି ଶୁକାଲୁ ଗଣ୍ଡ,ସୁକାଲୁ ଗଣ୍ଡ ଉପସ୍ଥିତି ଥିଲେ। ପ୍ରଥମେ ଚିତାବେଡା ପଞ୍ଚାୟତ ର ସଣ୍ଡଶା ଗ୍ରାମରେ ଅନୁଷ୍ଠିତ ସର୍ବଦଳୀୟ କୃଷକ ସଭା ରେ ଯୋଗଦେଇ ଥିଲେ,ଦ୍ଵିତୀୟରେ ରତାଖଣ୍ଡି ଗୁଡ଼ା ପଞ୍ଚାୟତ ସଦର ଠାରେ ଏବଂ ତୃତୀୟରେ ଭିକ୍ଷା ପଞ୍ଚାୟତର ଚିଙ୍ଗୁଡ଼ି ଗୁଡ଼ା ଠାରେ ଆୟୋଜିତ ଚାଷୀ ସଭାରେ ଯୋଗ ଦେଇଥିଲେ। ଝରିଗାଁ ବ୍ଲକର ତିନୋଟି ପଞ୍ଚାୟତ ର ବିଭିନ୍ନ ଅଂଚଳରୁ ଶତାଧିକ ସଂଖ୍ୟାରେ ପୁରୁଷ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା। ଅଞ୍ଚଳ ବାସୀ ଶ୍ରୀ ମାଝିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ଵାଗତ କରିଥିଲେ। କୃଷି ଓ କୃଷକ ର ପ୍ରଗତି ହେଲେ ରାଜ୍ୟର ପ୍ରଗତି ହେବ। ଚାଷୀ କୁଳର ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ଉପରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜ ଅଭିଭାଷଣରେ କହିଥିଲେ। ନବରଙ୍ଗପୁର ଜିଲ୍ଲାରେ ୯୦ ପ୍ରତିଶତ  ଲୋକଙ୍କ ଜୀବନ ଜୀବିକା କୃଷି ଉପରେ ନିର୍ଭର କରୁଥିବା ବେଳେ ପ୍ରକୃତି ଦତ୍ତ ସମ୍ବଳ ର ସଦୁପଯୋଗ ଯଥା ଜଳ ଉତ୍ସ ଗୁଡିକର ସଂରକ୍ଷଣ କରି ଜମିକୁ ଜଳସେଚନ କରିବାକୁ ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉନ୍ନତ ମାନର  ସାର ବିହନ,ଉତ୍ପାଦିତ ଶସ୍ୟ ଆଦିର ଉଚିତ ମୂଲ୍ୟ, ଶୀତଳ ଭଣ୍ଡାର ସ୍ଥାପନ, ଜଳସେଚନ ଆଦି ପ୍ରସଙ୍ଗରେ ଉପଦେଷ୍ଟା ଶ୍ରୀ ମାଝୀ ଚାଷୀ ଭାଇ ମାନଙ୍କ ସହ ଆଲୋଚନା କରିଥିଲେ। କୃଷି ଶିକ୍ଷା, ସ୍ଵାସ୍ଥ୍ୟ, କଳା,ସଂସ୍କୃତି ର ବିକାଶ ପାଇଁ ପରସ୍ପର ମଧ୍ୟରେ ସମ୍ମନୟ ରଖି ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା କୁ ସମାଧାନ କରିବାକୁ ଚାଷୀ ସମାଜ ସଂଘଟିତ ହେବାର ଆବଶ୍ୟକ ରହିଥିବା ମୁଖ୍ୟ ଅତିଥି କହିଥିଲେ। କୃଷିର ଉନ୍ନତି ରେ ରାଜ୍ୟର ପ୍ରଗତି ନିର୍ଭର କରୁଥିବା ବେଳେ ଶିକ୍ଷା ଓ ଆଧୁନିକ ଜ୍ଞାନ କୌଶଳ ତଥା ପ୍ରକୃତି ଦତ୍ତ ସମ୍ବଳର ବିନିଯୋଗ ନ କରାଗଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ନୁହେଁ। ତେଣୁ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଚାଷୀକୁଳକୁ ଅବଗତ କରିଥିଲେ। ପଞ୍ଜୀକୃତ ସ୍ଵୀକୃତି ପ୍ରାପ୍ତ ଚାଷୀ ସମାଜ ଗଠନ ପାଇଁ ଚାଷୀ ଭାଇଙ୍କୁ ଆହ୍ବାନ ଦେଇଥିଲେ। ଜାତି ବର୍ଣ୍ଣ ଧର୍ମ କୁଳ ନିର୍ବିଶେଷରେ ପ୍ରଗତି ପାଇଁ  ନିଜ ନିଜ ମୌଳିକ ବୃତ୍ତିକୁ ପ୍ରାଧାନ୍ୟତା ଦେବା ଆବଶ୍ୟକ ଜରୁରୀ ବୋଲି ପ୍ରଦୀପ କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ପରସଲା ଗ୍ରାମ୍ୟ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିଥିଲେ। ଚାଷୀ ସଂଗଠନ କାର୍ଯ୍ୟ କାରିଣୀ ସଦସ୍ୟ ମଧ୍ୟରେ ପର୍ଶୁରାମ ଭତରା,ଯୁକ୍ସାଏ ଭତରା,ପଦ୍ମନ ସାନ୍ତା,ଭୁବନ ଲାଲ୍ ସାହୁ,ନୀଳକଣ୍ଠ ମାଝୀ,ହରିବନ୍ଧୁ ଚାଲାନ୍ ଚୈତନ୍ୟ ଭତରା,ଗୁରୁବନ୍ଧୁ ହରିଜନ, ରବିସିଂ ପନକା, ସୁରେଶ ନାୟକ,ଲଛମନ ସାନ୍ତା,ଦଶରଥ ଗଣ୍ଡ, ସୋନୁ ଭତ୍ରା,ଧନିରାମ ଭତରା,ଦୀନବନ୍ଧୁ ଭତରା, ପୁନୁ ଭତରା,ଭୀମ ଭତରା,ଗଣେଶ ଭତରା ପ୍ରମୁଖ ସଂଗଠନ ସଦସ୍ୟ ସମେତ ଶତାଧିକ ଚାଷୀ ଭାଇ ସଭାରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.

2 × 5 =