ଓଡିଶାରୁ ୧୫ ରାଜ୍ୟକୁ ପଠାଗଲାଣି ୨୦ ହଜାର ୭ ମେଟ୍ରିକ୍ ଟନ୍ ଅମ୍ଲଜାନ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅମ୍ଲଜାନ ସଙ୍କଟ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ ଦେଶରେ କୌଣସି ନା କୌଣସି ସ୍ଥାନରେ ଅମ୍ଲଜାନ ଅଭାବରୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଏଭଳି ପରିସ୍ଥିତିରେ ଓଡିଶା ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଅମ୍ଲାଜନ ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ବର୍ତମାନ ସୁଦ୍ଧା ଓଡିଶାରୁ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୧୦୯୧ ଟ୍ୟାଙ୍କର ଜରିଆରେ ୨୦ ହଜାର ୭ ମେଟ୍ରିକ୍ ଟନ୍ ମେଡିକାଲ୍ ଅମ୍ଲାଜନ ଯୋଗାଣ ହୋଇଛି । ଏନେଇ ରାଜ୍ୟ ପୋଲିସ୍ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ରାଉରକେଲା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲାରୁ ଏହିସବୁ ଅମ୍ଲଜାନ ଯୋଗାଣ ହୋଇଛି । ଗତ ୩୧ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ୧୦୦ ଟ୍ୟାଙ୍କର ଜରିଆରେ ୧୬୧୧.୫୮୨ ମେଟ୍ରିକ୍ ଟନ୍ ଅମ୍ଲଜାନ ଯୋଗାଣ କରାଯାଇଛି । ସେହିପରି ଢେଙ୍କାନାଳରୁ ୨୬୫ ଟ୍ୟାଙ୍କରରେ ୪୨୬୯.୫ ମେଟ୍ରିକ୍ ଟନ୍‌, ଯାଜପୁରରୁ ୨୫୨ ଟ୍ୟାଙ୍କରରେ ୫୧୬୬,୩୨୭ ମେଟ୍ରିକ୍ ଟନ୍ ଏବଂ ରାଉରକେଲାରୁ ୪୭୪ ଟ୍ୟାଙ୍କର ଯୋଗେ ୮୯୫୯.୯୨୭ ମେଟ୍ରିକ୍ ଟନ୍ ଅମ୍ଲଜାନ ଯୋଗାଇ ଦିଆଯାଇଛି ।
ଅମ୍ଲଜାନ ଯୋଗାଣ ହୋଇଥିବା ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶକୁ ୩୪୦ ଟ୍ୟାଙ୍କରରେ ୬୬୯୩.୦୭୪ ମେଟ୍ରିକ୍ ଟନ୍‌, ତେଲେଙ୍ଗାନାକୁ ୨୭୮ ଟ୍ୟାଙ୍କରୈର ୪୭୪୪.୦୪୯ ମେଟ୍ରିକ୍ ଟନ୍‌, ତାମିଲନାଡୁକୁ ୭୮ ଟ୍ୟାଙ୍କରରେ ୧୩୮୨.୬୬୭ ମେଟ୍ରିକ୍ ଟନ୍‌, ହରିୟାଣାକୁ ୧୪୯ ଟ୍ୟାଙ୍କରରେ ୨୭୫୩,୨୩୩ ମେଟ୍ରିକ୍ ଟନ୍‌, ମହାରାଷ୍ଟ୍ରକୁ ୪୧ ଟ୍ୟାଙ୍କରୈର ୬୬୦.୦୫୧ ମେଟ୍ରିକ୍ ଟନ୍‌, ଛତିଶଗଡକୁ ୩୭ ଟ୍ୟାଙ୍କରରେ ୫୯୮.୩୫ ମେଟ୍ରିକ୍ ଟନ୍ ଅମ୍ଲଜାନ ପଠାଯାଇଛି । ସେହିପରି ମଧ୍ୟପ୍ରଦେଶକୁ ୬୫ ଟ୍ୟାଙ୍କରରେ ୧୧୪୭.୭୬, ଉତରପ୍ରଦେଶକୁ ୫୮ ଟ୍ୟାଙ୍କରରେ ୧୧୫୪.୮୯୨ ମେଟ୍ରିକ୍ ଟନ୍ ଅମ୍ଲଜନା ପଠାଯାଇଛି ।

Leave A Reply

Your email address will not be published.

ten + two =