ଭୁବନେଶ୍ୱର: ରାଜ୍ୟର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ମୂଖ୍ୟ କାର୍ଯ୍ୟାଳୟଠାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ୧ମିନିଟ ପାଇଁ ନିରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ କୋଭିଡ ନିୟମ ଅନୁପାଳନ ପାଇଁ ଶପଥ ଗ୍ରହଣ କରାଯାଇଛି । ଏଥିରେ, ସଂସ୍ଥାର ସମସ୍ତ ପ୍ରମୂଖ ପଦାଧିକାରୀ, କନିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ କୋଭିଡ ଯୋଦ୍ଧାଙ୍କୁ ସେମାନଙ୍କ ତ୍ୟାଗ ପାଇଁ ପ୍ରଶଂସା କରିବା ସହ, ଏହି ତ୍ୟାଗ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶାପ୍ରକାଶ କରିଥିଲେ । ସଂସ୍ଥାର ସଚିବ ଶ୍ରୀ ଗଙ୍ଗାଧର ପାତ୍ର, ଆଇ.ଏ.ଏସ. ଚଳିତ କୋଭିଡ ଯୁଦ୍ଧରେ ସାମିଲ ହୋଇ କର୍ତବ୍ୟ ତୁଲାଉଥିବା ସଂସ୍ଥାର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟକୁ ୟୁଜିସି ପ୍ରଶଂସା କରିବା ସହ, ସମସ୍ତେ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷାକରି ଚାଲିବାକୁ ଅନୁରୋଧ କରିଥିଲେ ।