ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ସଚିବଙ୍କ ଅବସର ଗ୍ରହଣ

ଭୁବନେଶ୍ୱର: ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଗଙ୍ଗାଧର ପାତ୍ର ଆଜି ତାଙ୍କର ଚାକିରୀ ଜୀବନରୁ ଅବସର ଗ୍ରହଣ କରି ଅଛନ୍ତି । ଶ୍ରୀ ପାତ୍ର ତାଙ୍କର ଚାକିରୀ ଜୀବନର ଅନ୍ତିମ ପର୍ଯ୍ୟାୟରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ସଚିବ ଭାବେ କର୍ତବ୍ୟ ସମ୍ପାଦନ କରୁଥିଲେ । ଏହି ଉପଲକ୍ଷେ, ଏକ ଅବସର କାଳୀନ ବିଦାୟ ସମ୍ପର୍ଦ୍ଧନା ବୈଠକ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ରଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ତାଙ୍କର ଅଭିଭାଷଣରେ ଶ୍ରୀ ପାତ୍ରଙ୍କର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ, ସଂସ୍ଥା ଦ୍ୱାରା ଚାଲୁଥିବା ଜାଗମରା, ଡୁମୁଡୁମା, ବିଦ୍ୟାଧରପୁର, ଅନୁଗୁଳ ପକଳ୍ପ ଗୁଡିକୁ ଆଗେଇ ନେବାରେ ତାଙ୍କର ବୃହତ ଅବଦାନ ଥିବା ପ୍ରକାଶ କରିଥିଲେ । ଏହି ବୈଠକରେ, ସଂସ୍ଥାର ବିତ ଉପଦେଷ୍ଟା ତଥା ମୁଖ୍ୟ ହିସାବ ଅଧିକାରୀ ଶ୍ରୀ ତେଜରାଜ ପ୍ରଧାନ, ଭୂମି ଓ ପ୍ରଶାସନିକ ଅଧିକାରି ଆରାଧନା ଦାସ, ପ୍ରତିଷ୍ଠାନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବିଶ୍ୱାଳ, ସଂସ୍ଥାର କର୍ମଚାରୀ ସଂଘର ସଭାପତି ମନୋଜ କୁମାର ମହାନ୍ତି ଓ ୱାର୍କର୍ସ ୟୁନିଅନର ସମ୍ପାଦକ ଶ୍ରୀ ନିବାସ ମିଶ୍ରଙ୍କ ସହ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଗଣ ଓ ଆଗ୍ରହୀ କର୍ମଚାରୀମାନେ କୋଭିଡ ନିୟମାନୁଯାୟୀ ସାମାଜିକ ଦୁରତ୍ୱକୁ ମାନି ଓ ମୁଖପଟି ବାନ୍ଧି ଯୋଗଦାନ କରି ଶ୍ରୀ ପାତ୍ରଙ୍କୁ ବିଦାୟ ଦେଇ ତାଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ ।

Leave A Reply

Your email address will not be published.

20 − 20 =