ଜଗତସିଂହପୁର: ଗତ ୨୩ତରିଖ ସ୍ଥାନୀୟ ଜଗତସିଂହପୁର ଯୋଗଧାରୀଠାରେ ଥିବା ସର୍କିଟ ହାଉସରେ ଉଡିଶା ସାମ୍ବାଦିକ ସଂଗଠନ ଜିଲ୍ଲା ୟୁନିଟ ପକ୍ଷରୁ ପ୍ରଥମ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ବୀରବୀର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଏହି ବୈଠକରେ ଓଡିଶା ସାମ୍ବାଦିକ ସଂଗଠନ ରାଜ୍ୟ ସଭାପତି ଅନଘକୁମାର ପଣ୍ଡା ଉଦଘାଟନ କରିଥିଲେ । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ସେ ସାମ୍ବାଦିକମାନଙ୍କୁ ନିର୍ଦ୍ଧିଷ୍ଟ ଳକ୍ଷ୍ୟପଥରେ ନନିର୍ଭିକ ଭାବରେ କଲମ ଚଳନା କଲେ ଏ ଦେଶରେ ଭିତିଭୁମି ବିକାଶ ହୋଇପାରିବ ବୋଲି କହିଥିଲେ । ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡିଶା ସାମ୍ବାଦିକ ସଂଗଠନର କାର୍ଯ୍ୟାକାରୀ ସଭାପପତି ଦୀଲିପ କୁମାର ବିଶ୍ୱାଳ ତାଙ୍କ ବକ୍ତବ୍ୟରେ କହିଲେଯେ, ସାମ୍ବାଦିକମାନେ ମଧ୍ୟ ଦେଶର ଲୋକପ୍ରତିନିଧି ମଧ୍ୟରେ ଜଣେ ସଫଳ ଯୋଦ୍ଧା ଭାବରେ କାମ କରୁଛନ୍ତି । ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ଓଡିଶା ସାମ୍ବାଦିକ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ଦାସ ଯୋଗଦେଇ କହିଲେ ଯେ, ଆମ ସାମ୍ବାଦିକ ସଂଗଠନ ରାଜ୍ୟରେ ଏକ ସାମାଜିକ ସଂଗଠନ ଭାବେ କାର୍ଯ୍ୟକରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତାଘାଟ ସଫେଇ, ସ୍ୱାସ୍ଥ୍ୟକେନ୍ଦ୍ରକୁ ସଫାରଖିବା ଦାରିଦ୍ର୍ୟ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ପ୍ରୟାସ ଜାରୀ ରଖିଛି ବୋଳି କହିଥିଲେ । ଏହି ସଭାରେ ସମ୍ମାନିତ ଅତିତô ଭାବରେ ଯୋଗଦେଇ ଓଜାର କଟକ ଜିଲ୍ଲା ୟୁନିଟର ସଭାପତି ମୁକୁନ୍ଦ କୁମାର ସିନ୍ନା କହିଲେଯେ, ସାମ୍ବାଦିକମାନଙ୍କ ପାଇଁ ଆମରାଜ୍ୟର ନେତୃବୃନ୍ଦ ସବୁବେଳେ ଅବହେଳା କରିଆସିଛି । ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକମାନଙ୍କୁ ସମସ୍ତ ସୁଖ ସୁବିଧା ଦିଆଯାଉଥିବା ବେଳେ ଓଡିଶା ସରକାର ଏଥିରେ ପଛରେ ଅଛନ୍ତି । ଜଗତସିଂହପୁର ଜିଲ୍ଲା ୟୁନିଟର ୫ଦଫା ସମ୍ବଳିତ ଦାବୀପତ୍ର ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏଥିରେ ସାମ୍ବାଦିକମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ, ପ୍ରତ୍ୟୋକ ୫ବର୍ଷରୁ ଉଦ୍ଧ୍ୱର୍ କାମ କରିଥିବା ସାମ୍ବାଦିକମାନଙ୍କୁ ମାସିକ ୫ହଜାର ଲେଖାଏଁ ଅର୍ଥ ଆକାରରେ ପେନସନ ଯୋଜନା ପ୍ରଦାନ, ଜିଲ୍ଲା ଦପ୍ତରରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ୱାର୍ଟର ବା ବାସଗୃହ ଯୋଗାଇଦେବା ସହ ଓଜାର ଜିଲ୍ଲାକାର୍ଯ୍ୟାଳୟ ପାଇଁ ୨ଗୁଣ୍ଠ ସରକାରୀ ଜମି ଯୋଗାଇ ଦେବା ପାଇଁ ଦାବି ହୋଇଛି । ଏଥିରେ ସ୍ୱାଗତ ଭାଷଣ ଦେଇଥିଲେ ଅଂଜନାର ସମ୍ପାଦକ ଅରୁଣ କୁମାର ଆଚାର୍ଯ୍ୟ, ବିବରଣୀ ପାଠ କରିଥିଲେ ଜିଲ୍ଲା ୟୁନିଟର ସାଧାରଣ ସମ୍ପାଦକ ନୃସିଂହ ଚରଣ ବାରିକ, ଅତିଥି ପରିଚୟ ପ୍ରଦାନ କରିଥିଲେ ଓଜାର ଜିଲ୍ଲା ୟୁନିଟର କୋଷାଧ୍ୟକ୍ଷ ସରୋଜ କୁମାର ନାୟକ, ଧନ୍ୟବଦ ଦେଇଥିଲେ ଓଜାର ଜିଲ୍ଲା ୟୁନିଟର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଉତ୍ସବ ପ୍ରାରମ୍ଭରେ ମଧୁମିତା କଳା ନିକେତନର କଳାକାରମାନଙ୍କ ଦ୍ୱାରା ଉକ୍ରଳ ବନ୍ଦନା ଗାନ କରାଯାଇଥିଲା । ଏହି ଉତ୍ସବରେ ୯ଜଣ ଜଗତସିଂହପୁର ଅଞ୍ଚଳର କୃତିସନ୍ତାନକୁ ପ୍ରତିଭା ସମ୍ମାନରେ ସମମ୍ମାନିତ କଯରାଯାଇଥିଲା । ସର୍ବଶ୍ରୀ ସମାଜଜସେବୀ ଭାବରେ ସୁକାନ୍ତ କୁମାର ଲେଙ୍କା, ଜନସେବକ ଭାବରେ ସାମ୍ବାଦିକ ବିନୋଦ ବିହାରୀ ନାୟକଙ୍କୁ ପ୍ରତିଭା ସମ୍ମାନ ତାଙ୍କ ଘରେ ପ୍ରଦାନ କରାଯାଇଥିଲା । ସେହିପରି ଉପସ୍ଥିତ ଥିବା ପ୍ରତିଭା ସମ୍ପନ୍ନମାନଙ୍କ ମଧ୍ୟରେ ପରିବେଷବିତ୍ ଅମର ପ୍ରସାଦ ମହାନ୍ତି, ଶିଶୁ ସାହିତି୍ୟକ ବାଲିଘର ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ, ବିଶିଷ୍ଟ ସମାଜସେବୀ ଓ ସ୍ଥମ୍ବକାର ବିଜୟ କୁମାର ଦାସ, ତରଡା ପଡା ଶିଳ୍ପ ତାଲିମ କେନ୍ଦ୍ରର ନିଦେ୍ର୍ଧଶକ ରଶ୍ମିରନ ମିଶ୍ର, ପୁର୍ବତନ ମୁ୍ୟନିସପାଲଟି ଅଧ୍ୟକ୍ଷ ତଥା ସମାଜସେବୀ ମଧୁସୁଦନ ଦାସଙ୍କୁ ସେବା ସମ୍ମାନ, ବରିÂ ସାମ୍ବାଦିକ ଅଜୟ କୁମାର ଜେନାଙ୍କୁ ଶ୍ରେÂ ସାମ୍ବାଦିକ ସମ୍ମାନ, ସ୍ଥମ୍ବକାର ହିମାଂଶୁ ଆଚାର୍ଯ୍ୟଙ୍କୁ ଶ୍ରେÂ ଶିକ୍ଷାବିତ ସମ୍ମାନ, ସୁଶ୍ରୀ ବିପାଶା ସାହୁଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।