ଓସ୍ତିଆ ସେବା ସମବାୟ ସମିତି ର ସାଧାରଣ ସଭା

ବାଙ୍କୀ : ତା. 05.03.2026 ଗୁରୁବାର ଦିବା 11.30 ମିନିଟ ସମୟରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କରୁଣାକର ସାହୁ ଙ୍କର ଆହ୍ୱାନ କ୍ରମେ ଓସ୍ତିଆ ସେବା ସମବାୟ ସମିତିର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭା 135 ଜଣ ସମିତିର ସଦସ୍ୟ ଉପସ୍ଥିତ ଥିଲେ ଉକ୍ତ ସଭାରେ ସମିତିର ଆଡମିନ ଷ୍ଟେଟର ତଥା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଣବ ବେହେରା, ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସୁବାଷ ପାଢି,ଏ ଆର ଏସ  ସୁରେନ୍ଦ୍ର ଜେନା, ICS ARCS ଅଫିସ ଓମ ପ୍ରକାଶ ଦାସ ବ୍ୟାଙ୍କ AGM ଅକ୍ଷୟ ସାମଲ ମ୍ୟାନେଜେର ଚିତ୍ତରଞ୍ଜନ ସାମନ୍ତରାୟ, ମ୍ୟାନେଜେର ରମେଶ ଚନ୍ଦ୍ର ସହୂ,ASST. ରମେଶ ଚନ୍ଦ୍ର ମହାପାତ୍ର ସରଣ୍ଡା ବ୍ରାଞ୍ଚ ମ୍ୟାନେଜେର ଶ୍ରୀ ମନୋରଞ୍ଜନ ମହାନ୍ତି, ସମିତି ସମ୍ପାଦକ ସୁଧୀର ରଞ୍ଜନ ମହାପାତ୍ର ଓସ୍ତିଆ ସରପଞ୍ଚ ଆର୍ତ୍ତ ବେହେରା, ସମିତିର ବରିଷ୍ଟ ସଭ୍ୟ ପ୍ରଫୁଲ୍ଲ ସହୂ, ଟଙ୍କଧର ଜେନା,ପ୍ରଭାକର ସହୂ ଓ ସମିତିର ସଭାପତି ଭାରତ ବେହେରାଙ୍କ ସହିତ ପରିଚାଳନା ପରିଷଦର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ସଭାରେ 806 ଜଣ ଋଣୀ ସଭ୍ୟ ଙ୍କର ଋଣ ହିସାବ 7 କୋଟି ଟଙ୍କା ର  ପାଠକରାଗ ଏବଂ ଆଉ 2.98 ଲକ୍ଷ ଋଣ ର କାଗପାତ୍ର ପାଇନଥିବାର ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇଥିଲେ, ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସୁବାସ ପାଢ଼ୀ ତାଙ୍କର ବକ୍ତବ୍ୟରେ ସମିତିର ସମସ୍ତ ସଭ୍ୟ ମାନଙ୍କୁ ଜଣାଇଥିଲେ 5 କୋଟି ର ଋଣକୁ ଅନ୍ୟାୟ ଭାବରେ ପରିଣତ କରାଯାଇ ଥିବାରୁ ଗତ ଖରିଫ ଋତୁ ଫାଇନାନ୍ସ ସମିତିର ହୋଇ ପାରିଲା ନାହିଁ ଏବେ ମଧ୍ୟ ରବି ଋତୁ ରେ ଫାଇନାନ୍ସ ହୋଇପାରୁନାହିଁ । ଫଳରେ ଆପଣନନାଙ୍କର ସରକାରଙ୍କ ଦ୍ୱାର ଘୋଷିତ 1 ଲକ୍ଷ୍ ଟଙ୍କା ଋଣ ବିନା ସୁଧରେ ସୁବିଧା ଆପଣମାନେ ପାଇ ପାରୁନାହାନ୍ତି ଯାହାଫଳରେ ବର୍ତମାନ 13.75% ସୁଧ ହାରରେ ପରିଶୋଧ କରିବାର ଭାର ପଡୁଛି ସମିତି ପରିଚାଳନା ପରିଷଦ ଓ ଅତୀତରେ ଥିବା ବ୍ରାଞ୍ଚ ମ୍ୟାନେଜେରଙ୍କ କୁ କର୍ମ ପାଇଁ ଏଭଳି ଦୁର୍ନୀତି ପୂର୍ଣ୍ଣ ଫାଇନାନ୍ସ ହୋଇଛି ଏଥିପାଇଁ ଆପଣମାନେ ବିଚାରକୁ ନିଅନ୍ତୁ ଏ ସମିତି କିପରିଭାବେ ଆଗକୁ ଚାଲିବ ଉକ୍ତ ସଭାରେ ବାଙ୍କୀର ଭାରପ୍ରାପ୍ତ ଥାନା ଅଧିକାରୀ ଦିଲୀପ କୁମାର ଭୂଇଁୟା ଓ S.I ସମ୍ବିତ କୁମାର ସ୍ୱାଇଁ  ଏବଂ ତାଙ୍କର ଟିମ ସଭା କାର୍ଯ୍ୟ ରେ ସହଯୋଗ କରିଥିଲେ । ପରିଶେଷରେ ବ୍ୟାଙ୍କ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ଶେଷ କରିଥିଲେ ।

Leave A Reply

Your email address will not be published.

17 − 16 =