ଭୁବନେଶ୍ୱର: ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୋଭିଡ୍ ଲଢ଼େଇରେ ସହାୟତାର ହାତ ବଢ଼ାଯାଇଛି । ବେଦାନ୍ତ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୦୦ ଅକ୍ସିଜେନ୍ ସିଲିଣ୍ଡର କୋଭିଡ୍ ଚିକିତ୍ସା ପାଇଁ ଯୋଗାଇ ଦିଆଯିବ । ଏହା ଅନ୍ତର୍ଗତ ବେଦାନ୍ତ ପକ୍ଷରୁ ୨୦୨୧ ମଇ ୨୦ ତାରିଖ ଭୁବନେଶ୍ୱର ଠାରେ ରାଜ୍ୟ ସରକାରଙ୍କୁ ମେଡ଼ିକାଲ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଏହି ଅବସରରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ନୀତିନ ଜୱାଲେ ଏବଂ ଓଡ଼ିଶା ରାଜ୍ୟ ମେଡ଼ିକାଲ ନିଗମ ଲିଃ.(ଓଏସ୍ଏମ୍ସିଏଲ୍)ର ସୁଶ୍ରୀ ଯାମିନୀ ଷଡ଼ଙ୍ଗୀ ସମେତ ରାଜ୍ୟ ସରକାରଙ୍କର ତଥା ବେଦାନ୍ତ ଲିମିଟେଡ୍ର ବହୁ ଉଚ୍ଚ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବେଦାନ୍ତ ଲିଃ.ର ଆଲୁମିନିୟମ ବ୍ୟବସାୟର ଡେପୁଟି ସିଇଓ ରାହୁଲ ଶର୍ମା କହିଲେ, କୋଭିଡ୍ ବିରୋଧରେ ଜାରି ରହିଥିବା ଲଢ଼େଇରେ ବେଦାନ୍ତ ଓଡ଼ିଶାର ଲୋକଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି । ଏହା ଅନ୍ତର୍ଗତ ଆମେ ଓଡ଼ିଶା ସରକାରଙ୍କୁ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେଇଛୁ । କୋଭିଡର ପ୍ରଥମ ଲହର ସମୟରେ ଆମେ ଆମର ସମସ୍ତ ପ୍ଲାଂଟ୍ ଅଂଚଳରେ ବହୁବିଧ ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରିଛୁ । ମହାମାରୀ ଲଢ଼େଇରେ ଆମେ କୋଭିଡ୍ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଆମେ ଆମର କର୍ମଚାରୀ, ବ୍ୟବସାୟିକ ଅଂଶୀଦାର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷିତ ରଖିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ । ମହାମାରୀର ସାମ୍ପ୍ରତିକ ଦ୍ୱିତୀୟ ଲହରର ସଙ୍କଟ ଜନକ ସ୍ଥିତିରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହିତ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ । ଏହି ଅବସରରେ ବେଦାନ୍ତର ପ୍ରୟାସକୁ ପ୍ରଶଂସା କରି ଇପିକଲର ପରିଚାଳନା ନିର୍ଦ୍ଦେଶକ ନୀତିନ ଜୱାଲେ କହିଲେ, ସମ୍ପ୍ରତି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଓ ସେମାନଙ୍କର ଜୀବନ ସୁରକ୍ଷା ପାଇଁ ଅକ୍ସିଜେନ୍ ଅତ୍ୟାବଶ୍ୟକ । ରାଜ୍ୟର ଏଭଳି ସଙ୍କଟ ଜନକ ସ୍ଥ୍ିତିରେ ବେଦାନ୍ତ ଆଗେଇ ଆସି ସହଯୋଗର ହାତ ବଢ଼ାଇ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ବେଶ୍ ସ୍ୱାଗତ ଯୋଗ୍ୟ । ଏହି କାର୍ଯ୍ୟ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ବେଦାନ୍ତର ରହିଥିବା ଦାୟିତ୍ୱବୋଧ ଏବଂ ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରୁଛି । ବେଦାନ୍ତ ସବୁବେଳେ ଏହାର ପ୍ଲାଂଟ୍ ଅଂଚଳ ଏବଂ ରାଜ୍ୟସ୍ତରରେ ସରକାରୀ କର୍ତୃପକ୍ଷଙ୍କ ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛି ।
କମ୍ପାନୀ ପକ୍ଷରୁ ଓଡିଶାରେ ପାଖାପାଖି ୩୦୦ କୋଭିଡ୍ କେୟାର ବେଡ୍ର ସ୍ଥାପନା କରାଯାଇ ରାଜ୍ୟ ସରକାରଙ୍କୁ କୋଭିଡ୍ ପରିଚାଳନା କ୍ଷେତ୍ରରେ ସାହାଯ୍ୟ କରାଯାଉଛି ଏବଂ ଆଗାମୀ ଦିନରେ ସରକାରଙ୍କ ମିଳିତ ସହଯୋଗରେ ବେଦାନ୍ତ ରାଜ୍ୟର ହସ୍ପିଟାଲ ଗୁଡ଼ିକର ବହୁବିଧ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ବେଦାନ୍ତ ପକ୍ଷରୁ ଏହାର ପ୍ଲାଂଟ୍ର ଉପାନ୍ତ ଅଂଚଳ ଝାରସୁଗୁଡାରେ ପ୍ରଭାବିତ ରୋଗୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା କୋଭିଡ୍ ହସ୍ପିଟାଲଗୁଡ଼ିକକୁ ସାହାଜ୍ୟ ଏବଂ ସହୋଯୋଗ କରାଯାଉଛି । କମ୍ପାନୀ ପକ୍ଷରୁ ଓଡିଶାର କଳାହାଣ୍ଡିର ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲକୁ ୧୦,୦୦୦ ଆର୍ଟି-ପିିସିଆର୍ ଟେଷ୍ଟ୍ କିଟ ଯୋଗାଇ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ସହିତ ମିଳିତ ହୋଇ ବେଦାନ୍ତ ପକ୍ଷରୁ ଏହାର ପ୍ଲାଂଟ୍ର ଉପାନ୍ତ ଅଂଚଳରେ ଟିକାକରଣ କାର୍ଯ୍ୟ ଜାରି ରହିଛି । ବିଗତବର୍ଷ ଧରି ବେଦାନ୍ତ ପକ୍ଷରୁ କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ପ୍ରୟାସ ଗୁଡିକ ଜାରିରହିଛି ।
୯୨,୦୦୦ ୟୁନିଟ୍ ପିପିଇ କିଟ୍ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି ।
ସେହିପରି ହଜାର ହଜାର ଦିନ ମଜୁରିଆ ଏବଂ ଗରିବ ପରିବାରଙ୍କୁ ରାଶନ ଓ ଭୋଜନ ଯୋଗାଇ ଦିଆଯାଇଛି । ୨ ଲକ୍ଷରୁ ଅଧିକ ମାସ୍କ୍, ସାବୁନ୍ ଏବଂ ସୁରକ୍ଷା କିଟ୍ ବିତରଣ କରାଯାଇଛି । ମାସ୍କ୍ଗୁଡ଼ିକୁ ବେଦାନ୍ତ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ବହୁ ଲୋକଙ୍କକର ଜୀବନ ଜୀବିକାରେ ବିକାଶ ସମ୍ଭବ ହୋଇ ପାରିଛି । ଶହେରୁ ଅଧିକ ସଚେତନତା ଶିବିର ଦୁର୍ଗମ ଗ୍ରାମରେ ଆୟୋଜନ କରାଯାଇ କୋଭିଡ୍-୧୯ ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି । ବେଦାନ୍ତର ପ୍ଲାଂଟ୍ ଅଂଚଳରେ ସର୍ବସାଧାରଣ ସ୍ଥଳ ଏବଂ କାର୍ଯ୍ୟାଳୟର ବିଶୋଧନ କରାଯାଇଛି । ପ୍ଲାଂଟ୍ ଅଂଚଳର ଚାଷୀଙ୍କ ଜୀବନ ଜୀବିକା ବିକାଶ ପାଇଁ ଲକ୍ଡାଉନ୍ ସମୟରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି ।