ଭୁବନେଶ୍ୱର,୧୮.୬ (ନି.ପ୍ର.): ସହୀଦ ନଗର ସ୍ଥିତ ହଟକେଶ୍ୱର ମନ୍ଦିର ଠାରେ ଓୟୁଡବ୍ଲୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଶ୍ୱରେ କରୋନା ମହାମାରୀ ଜନିତ ମୃତ ବ୍ୟକ୍ତିଙ୍କ ଏବଂ ଲଦାଖ ସହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶେକସଭା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସର୍ବଭାରତୀୟ ସଭାପତି ଶ୍ରୀ ପୀତବାସ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଘଡିସନ୍ଧି ମୁହୁତରେ ବିଶ୍ୱ ଯେଉଁ ଜନସମାଜକୁ ହରାଇଲା ସେଥିପ୍ରତି ଜନସାଧାରଣ ହତଚକିତ ହେବା ସହିତ ଏକ ଭୟର ବାତାବରଣରେ କିଭଳି ଦିନ କାଟୁଛନ୍ତି ସେ ସଂପର୍କରେ ବର୍ଣ୍ଣନା କରିବା ସହିତ ଆମର ମାଳିକାରେ ବହୁ ପୂର୍ବରୁ ଏହାର ଭବିଷ୍ୟବାଣୀ କରାଯାଇଥିବା ପ୍ରକାଶ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ଭାଗବତ ତ୍ରିପାଠୀଙ୍କ ସଭାପତିିତ୍ୱ ଆୟୋଜିତ ଏହି ବୈଠକରେ ସଭାପତି ସଂପ୍ରତି କରୋନା ଯୋଦ୍ଧା ଭାବରେ ରାଜ୍ୟର ସାମ୍ବାଦିକମାନେ ଏହି ଦୁଃଖ ସମୟରେ ଜନସାଧାରଣଙ୍କ ଅଭାବ ଅସୁବିଧା ସରକାର ତଥା ପ୍ରଶାସନଙ୍କ ପାଖରେ ପହଞ୍ଚାଉଥିଲେ ହେଁ ସରକାର ସେମାନଙ୍କ ପ୍ରତି କୌଣସି ଦୃଷ୍ଟି ଦେଉନଥିବା ଦୁଃଖ ଓ ପରିତାପର ବିଷୟ ବୋଲି ପ୍ରକାଶ କରିଥିଲେ । ଏହି ସମୟରେ ରାଜ୍ୟ ସରକାର ଲୋକସେବା ଭବନକୁ ସିକୃତି ପ୍ରାପ୍ତ ସାମ୍ବାଦିକମାନଙ୍କୁ ଛାଡୁ ନଥିବା ଏବଂ ପ୍ରେସ୍ ଲାଉଞ୍ଜ ବନ୍ଦ କରି ରଖିବା ଦ୍ୱାରା ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବାଦ ପାଇବାରୁ ବଞ୍ଚିତ ହେଉଛନ୍ତି । କରୋନା ସମୟରେ ଅନେକ ବଡ଼ ବଡ଼ ସମ୍ବାଦପତ୍ର ମାଲିକମାନେ ସେମାନଙ୍କ କର୍ମଚାରୀ ଛଟେଇ କରିବା ସହିତ ଦରମା ଦେଉନପାରୁଥିବା ସମୟରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ସରକାରୀ ବିଜ୍ଞାପନ ଅଭାବରୁ ଢେ଼ାକେ ପିଇ ଦଣ୍ଡେ ଜିଇଁ ନ୍ୟାୟରେ ସମ୍ବାଦପତ୍ରକୁ ବଞ୍ଚାଇ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବାଣୀ ସମ୍ବାଦପତ୍ରର ସଂପାଦକ ତଥା ଓୟୁଡବ୍ଲୁଜେର ଭୁବନେଶ୍ୱର ଉପସଭାପତି ଶ୍ରୀ ଅର୍ଜୁନ ମୁଦୁଲି ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି ରାଜ୍ୟ ସରକାର ପ୍ରତ୍ୟେକ ସୀକୃତ ଏବଂ ଅଣ ସୀକୃତ ସାମ୍ବାଦିକମାନଙ୍କୁ ଅନୁନ୍ୟ ମାସକୁ୧୦,୦୦୦ ଟଙ୍କା ଲେଖାଁଏ ଗତ ମାର୍ଚ୍ଚରୁ ଆସନ୍ତା ଅଗଷ୍ଟ ପର୍ଯ୍ୟନ୍ତ ପ୍ରୋସଛୋହନ ରାଶି ଦେବା ପାଇଁ ଦାବୀ କରିଥିଲେ । ଏହା ଛଡା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରକୁ ବିଜ୍ଞାପନ ଏବଂ ସମ୍ବାଦପତ୍ରମାନଙ୍କ ଥିବା ବକେୟା ବିଲ୍ ଯଥା ସମ୍ଭବ ଦେବା ପାଇଁ ଲୋକ ସଂପର୍କ ବିଭାଗ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିବେଦନ କରିଥିଲେ ।