କଂଗ୍ରେସରେ ବଳଭଦ୍ର ବିଜେଡିକୁ ମହଙ୍ଗା

ଭବାନୀପାଟଣା : ଭବାନୀପାଟଣା ସ୍ଥିତ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ କଳାହାଣ୍ଡି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଅବସରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବର୍ତମାନ ଆଠଟି ରାଜ୍ୟର ସ୍କ୍ରିନିଙ୍ଗ କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ରେ ରୁଣହୁଙ୍କାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାବେଶରେ ନିକଟ ଅତୀତରେ ବିଜୁ ଜନତା ଦଳ ଛାଡ଼ିଥିବା ବରିଷ୍ଠ ରାଜନେତା ଏକଦା ଅଣକଂଗ୍ରେସ ରାଜନୀତି ଉପରେ ବିଶ୍ୱାସ ରଖୁଥିବା ଜନନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ତାଙ୍କ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ପଟୁଆରରେ ଆସି ବିଧିବଦ୍ଧ ଭାବେ କଂଗ୍ରେରେ ଯୋଗ ଦେଇଥିଲେ ଏବଂ ରାଜ୍ୟ କଂଗ୍ରେସ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ସମାବେଶରେ ରାଜ୍ୟ ପି ସି ସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ,ଓଡିଶା ପ୍ରଭାରୀ ଡା. ଅଜୟ କୁମାର,  ବିଧାୟକ ତାରା ବାହିନୀ ପତି,ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ବେମାଲ, ଯୁବ ନେତା ସାଗର ଦାସଙ୍କ ସମେତ ବହୁ ନେତା ଏବଂ କର୍ମୀ ଉପସ୍ଥିତ ରହି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବିଷୋଦଗାର ପ୍ରକାଶ କରିବା ସହ ପ୍ରବଳ ବର୍ଷି ଥିଲେ l ରାଜ୍ୟରେ ଦେଖାଦେଇଥିବା ଅରାଜକତା, ବିପର୍ଯ୍ୟସ୍ତ ଆଇନୀ ଶୃଙ୍ଖଳା, ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର, ବେରୋଜଗାର, ଶିକ୍ଷିତ ଯୁବକ ଯୁବତୀ ମାନେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଯିବା ଭଳି ସମଶ୍ୟା ଦିନକୁ ଦିନ ବଢ଼ି ଚାଲିଛି l ସେଇଭଳି ଜିଲ୍ଲାର ବିକାଶ ନିମନ୍ତେ ବ୍ୟାପକ ଅର୍ଥ ହରିଲୁଟ କରି କର୍ମୀ ଟାଉଟରଙ୍କୁ ପୋଷିବା ଆଦି ଉଭୟ ଶରକାରଙ୍କ ର ନୀତିଗତ କଥା ହୋଇଗଲାଣି l ତେଣୁ ଆଗାମୀ ଦିନରେ ଆପଣମାନେ ସଙ୍ଗଠିତ ହୋଇ ଉଭୟ ସରକାରଙ୍କୁ କିଭଳି ଉଚିତ ଜବାବ ଦିଆଯିବ, ସେଥିପ୍ରତି ଯତ୍ନବାନ ହେବାପାଇଁ ଉପସ୍ଥିତ ଦଳିଅକର୍ମୀ ଏବଂ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ l ଉକ୍ତ ସମାବେଶରେ ପ୍ରାୟ ଦଶହଜରରୁ ଉର୍ଧ୍ଵ ଦଳୀୟ କର୍ମୀ ଉପସ୍ଥିତ  ଥିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.

3 × 3 =