ଭଦ୍ରକ: ପ୍ରାଣାଘାତୀ ଭୂତାଣୁ ବିରୋଧୀ ଲଢେ଼ଇ ତଥା ଲକ୍ଡାଉନ ସମୟରେ ଦିଲ୍ଲୀରେ ଅଟକି ରହିଥିବା ବହୁ ପ୍ରବାସୀ ଓଡ଼ିଆ ଶ୍ରମିକ କଂଗ୍ରେସ ନେତ୍ରୀ ଶ୍ରୀମତୀ ମଧୁସ୍ମିତା ସେଠୀଙ୍କ ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗରେ ଓଡ଼ିଶା ଫେରିବାକୁ ସମର୍ଥ ହୋଇଛନ୍ତି ବୋଲି ସତ୍ୟବ୍ରତ ବାରିକ ଜଣାଇଛନ୍ତି । ସେହିପରି ଭଦ୍ରକର ବହୁ ପ୍ରବାସୀ ଓଡ଼ିଆ ମଧ୍ୟ ତାଙ୍କ ସହଯୋଗରେ ଫେରିବାକୁ ସମର୍ଥ ହୋଇଥିବା ସେ କହିଛନ୍ତି । କେବଳ ଦିଲ୍ଲୀ ନୁହେଁ ଗୁଜୁରାଟରେ ଫସି ରହିଥିବା ବହୁ ପ୍ରବାସୀ ଓଡ଼ିଆ ଶ୍ରମିକ ଶ୍ରୀମତୀ ସେଠୀଙ୍କ ସହଯୋଗରେ ଫେରିଛନ୍ତି । ଆହୁରି ମଧ୍ୟ ଓଡ଼ିଶାରେ ଫସି ରହିଥିବା ଉତରପ୍ରଦେଶର ବହୁ ଶ୍ରମିକ ତାଙ୍କ ସାହାଯ୍ୟ ଓ ସହଯୋଗରେ ନିଜ ଭିଟାମାଟିକୁ ଫେରିପାରିଛନ୍ତି । ଏଥିଲାଗି ଓଡ଼ିଶା ଫେରନ୍ତା ପ୍ରବାସୀ ଶ୍ରମିକମାନେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।