କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା

ବ୍ରହ୍ନପୁର: ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଗଞାମ ଜିଲ୍ଲା ସଭାପତି ସାନଖେମୁଣ୍ଡି ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମନୋନୀତ ହୋଇଛନ୍ତି । ନିଜର କାର୍ଯ୍ୟ ଶୈଳି , ସଂଗଠନକୁ ସୁଦୃଢ କରିବା କ୍ଷେତ୍ରରେ ଶ୍ରୀଯୁକ୍ତ ରମେଶ ଜେନାଙ୍କ ଅବଦାନ ମହତ୍ୱପୁର୍ଣ ରହିଛି । ସର୍ବଦା ତୃଣମୁଳ ସ୍ତରରେ କାର୍ଯ୍ୟ କରୁଥିବା ଏହୁ ଯୁବ ନେତାଙ୍କ ଉପରେ ଦଳ ପକ୍ଷରୁ ଭରସା କରି ସଭାପତି ଭାବେ ମନୋନୀତ କରାଯାଇଛି । ଏ ନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଶ୍ରୀଯୁକ୍ତ ଜେନା ସଭାପତି ମନୋନୀତ ହେବା ପରେ ଗଞାମ ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ପ୍ରେମିଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳି ଯାଇଛି ।

Leave A Reply

Your email address will not be published.

thirteen − eleven =