କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ୍ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ: ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ୧.୫୫ କିମି ଲମ୍ବର ନବୀକରଣ କାମ ଶେଷ ହୋଇଯାଇଛି । ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱ ଜାତୀୟ ରାଜପଥ ଯାଏଁ ୩.୫୫ କିମି ଯାଏଁ ନବୀକରଣ କରାଯିବ ।ଆଗାମୀ ୧୦ ଦିନ ମଧ୍ୟରେ ଏହି କାମ ପାଇଁ କେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ତାହାର ତାଲିକା ପ୍ରଦାନ କରିବାକୁ ୫- ଟି ସଚିବ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି କଟକ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଛନ୍ତି ୫-ଟି ସଚିବ । ଏହି ଗସ୍ତ ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା, ଆରଡିସି, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 − six =