କଟକର ଗ୍ରାମାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ !

କଟକ,: କଟକରେ ସହର ଅପେକ୍ଷା ଗ୍ରାମାଞ୍ଚଳରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିଲା ବେଳେ ଏବେ ଜିଲ୍ଲାପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଚି । ଗତ ୩ଦିନ ମଧ୍ୟରେ ଜିଲ୍ଲାରେ ୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରୁ ୧୫୮୨ ଜଣ ଓ ସହରରୁ ୧୪୧୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ମୋଟ୍ ୧୦୭୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗାଁରୁ ୫୫୧ ଓ ସହରରୁ ୪୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗ୍ରାମାଞ୍ଚଳରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱାସ୍ଥ୍ୟ ବିଶାରଦ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ଅନ୍ୟପଟେ କଟକ ଜିଲ୍ଲାରୁ ଆଜି ୭୭୦ ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଫଳରେ କଟକରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିଛି । ରବିବାର ଗ୍ରାମାଞ୍ଚଳର ଆଠଗଡ, ସାଲେପୁର, ଟାଙ୍ଗୀ, ତିଗିରିଆ, ଡମପଡାରୁ, ନିଶ୍ଚିନ୍ତ କୋଇଲି, କଟକ ସଦର ତଥା ବିଭିନ୍ନ ସ୍ଥାନରେ ଆଂଟିଜେନ୍ ଟେଷ୍ଟିଂ ବନ୍ଦ ରହିଥିବା ଜଣାପଡିଛି ।
ସହରରେ ୪୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ସିଡିଏର ବିଭିନ୍ନ ସେକ୍ଟରରୁ ୩୫ଜଣ, ଜଗତପୁର କଲ୍ୟାଣୀନଗର ଓ ବକ୍ସିବଜାରରୁ ୧୭ ଜଣ ଲେଖାଏ, ତୁଳସୀପୁରରୁ ୧୬ , ପିଠାପୁରରୁ ୧୩, ମହାନଦୀବିହାର ଓ ଚାଉଳିଆଗଞ୍ଜରୁ ୧୦ଜଣ ଲେଖାଁଏଙ୍କ ସମେତ ସହରର ବିଭିନ୍ନ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକାଲକ କଂଟାକ୍ଟରୁ ୧୭୬ଜଣ, ଗୃହ ସଙ୍ଗରୋଧରୁ ୨୦୧, ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରାଂଟିନ୍‌ରୁ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

twenty − seven =