ଅନୁଗୋଳ : ଅନୁଗୋଳ ଜିଲ୍ଲା ସମଲଥାନା ଅନ୍ତର୍ଗତ ଶରଧାପୁର କନକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବଟକୃଷ୍ଣ ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ଶିକ୍ଷକ , ଅଭିଭାବକ ଓ ଛାତ୍ରଛାତ୍ରୀମାନେ। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ପ୍ରଧାନ ଶିକ୍ଷକ ଗଣେଶ୍ୱର ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସ,ଲଳିତ ମହୋନ ବେହେରା,ଗିରିଶଚନ୍ଦ୍ର ମହାନ୍ତି, ପଡୋଶୀ ଉଚ୍ଚ ବିଦ୍ୟାଳୟଗୁଡିକର ପ୍ରଧାନ ଶିକ୍ଷକ, ଵୁରୁକୁନା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ମହାନ୍ତି, ବର୍ତ୍ତମାନର ସରପଞ୍ଚ ଦୁଃଖବନ୍ଧୁ ବେହେରା, ସମିତି ସଭ୍ୟ ଯୁଗଳ କିଶୋର ସାହୁ, ସ୍କୁଲ ପରିଚାଳନା କମିଟିର ଅଧକ୍ଷ ପ୍ରସନ୍ନ ମହାନ୍ତି ଓ ସଦସ୍ୟ ସଦସ୍ୟା, ସ୍କୁଲ ପୂର୍ବତନ ଛାତ୍ର ଛାତ୍ରୀ ସଗଂଠନର ସଭାପତି ବିଜୟ କୁମାର ସାହୁ, ଗ୍ରାମ ସଭାପତି ରବିଚନ୍ଦ୍ର ମହାନ୍ତି, ଗ୍ରାମବାସୀ ବୃନ୍ଦ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭଲପାଉଥିବା ପୂର୍ବତନ ଛାତ୍ର ଛାତ୍ରୀ ଓ ଅଭିଭାବକ ଅଭିଭାବକମାନେ ଉପସ୍ଥିତ ଥିଲେ। କନକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଠାରୁ ରାଷ୍ଟ୍ରଭାଷାର ଶିକ୍ଷକ ପଦ ଖୋଲା ରହିବ ପ୍ରଶାସନିକ ସ୍ତରରୁ ଏହି ପଦଵିକୁ ଯଥା ଶିଘ୍ର ପୂରଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ। ଶେଷରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ ଓ ଉପହାର ଦେବାପରେ ମା କନକେଶ୍ୱରୀ ଙ୍କ ମନ୍ଦିରରେ ଦର୍ଶନ ସାରିବା ପରେ ସସମ୍ମାନେ ବାସଭବନରେ ଛାଡିଥିଲେ।