କନିଷ୍ଠ ଶିକ୍ଷକଙ୍କ ଅସନ୍ତୋଷ


ଭୁବନେଶ୍ୱର: ବ୍ୟାଚରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ ହେବା ତଥା ଜାଣିଶୁଣି ସରକାରୀ ଦପ୍ତରରେ ହଇରାଣ ହରକତ କରିବା ଯୋଗୁ ସମଗ୍ର କନିଷ୍ଠ ଶିକ୍ଷକ ସଂଘ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶଥାଉକି, ଓଡ଼ିଶା ସରକାରଙ୍କର ଅନୁସାରେ ୬ ବର୍ଷରୁ ଚାକିରୀକାଳ ପୂରଣ ହେଲେ ସେମାନଙ୍କୁ ସରକାରୀ ନିୟମ ଅନୁସାରେ ନିୟମିତ କରାଯିବ । କିନ୍ତୁ ଏହି ନିୟମକୁ ଖୁଲମଖୁଲା ଉଲଂଘନ କରାଯାଇଛି । ୨୦୧୩-୧୪ ବ୍ୟାଚରେ ନିଯୁକ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆଜକୁ ଚାକିରୀ କରିବାର ସାଢେ ସାତବର୍ଷ ବିତିବାକୁ ବସିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରିବା ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯାଉଛି । କନିଷ୍ଠ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ବାରିକ କହିବା ଅନୁସାରେ ସରକାରଙ୍କ ବିଭିନ୍ନ ଦପ୍ତରରେ ପଦୋନ୍ନତିର ବାହାନା ଦେଖାଇ ଫାଇଲକୁ ଚପାଇ ଦିଆଯାଉଛି । କନିଷ୍ଠ ଶିକ୍ଷକ ସଂଘର ସମ୍ପାଦକ ଜନ୍ମେଜୟ ମାଝୀ କହିଛନ୍ତି ସରକାରଙ୍କର ରେଜୁଲେସନ ନଂ ୧୫୧୦୭/ଝଗଋ, ୟଗ୍ଧ. ୧.୮.୨୦୧୧ ଅନୁସାରେ ଚାକିରୀ ପୂରଣର ୬ ବର୍ଷ ପୂର୍ବରୁ ନିୟମିତ ପ୍ରକି୍ରୟା ଆରମ୍ଭ କରିବା କଥା, କିନ୍ତୁ ଦୁଃଖର ବିଷୟ ସଂଘ ବାରମ୍ବାର ସରକାର ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ସୁଫଳ ମିଳିପାରିନାହିଁ । ସୂଚନା ଥାଉକି, ୨୦୧୩-୧୪ ବ୍ୟାଚ୍ର ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ନିୟମିତ ସମୟ ଠାରୁ ଦେଢବର୍ଷ ଅଧିକ ହେବା ସହିତ ୨୦୧୫ ମସିହାରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀମାନେ ମଧ୍ୟ ନିୟମିତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇସାରିଲେଣି । ସଂଘର ମହାସଚିବ ବିବେକାନନ୍ଦ ବେହେରା କହିଛନ୍ତି ସରକାର ଯଦି ଆଗାମୀ ୧୦ ଦିନ ମଧ୍ୟରେ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ କନିଷ୍ଠ ଶିକ୍ଷକ ସଂଘ ଆନେ୍ଦାଳନକୁ ଓହ୍ଲାଇବ ।

Leave A Reply

Your email address will not be published.

six − three =