କନ୍ତିଆ ପୋଲ: ଆପ୍ରୋଚ ରୋଡ ଧସିଲା

ଯାଜପୁର : ବରୀ ବ୍ଲକ ବୋଦୁଅ ପଂଚାୟତର କନ୍ତିଆ ଠାରେ ଖରସ୍ରୋତା ନଦୀ ଉପରେ ନିର୍ମାଣ ହେଉଥିବା କନ୍ତିଆ ଘଂଟିଆଳି ପୋଲର କନ୍ତିଆ ପାଶ୍ୱର୍ରେ ପ୍ରଧାନ ସାହି ଆଡକୁ ଯାଇଥିବା ଆପ୍ରୋଚ ରୋଡଟି ଧସିଯିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ପଥର ପେକିଙ୍ଗ ସବୁ ଖସି ଯାଇ ବିରାଟ ବିରାଟ ଗାଡ ସୃଷ୍ଟି ହୋଇଛି । ବନ୍ଧ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେବା ଯୋଗୁଁ ରାସ୍ତାର ପାଶ୍ୱର୍ ଧସିବା ସହ ପଥର ପେକିଙ୍ଗ ଉପରେ ପ୍ରଭାବ ପଡିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ବନ୍ୟା ପରେ ଏହି ରାସ୍ତା ଅଧିକ ମାତ୍ରାରେ ଖରାପ ହେବା ସହ ରାସ୍ତା ପାଶ୍ୱର୍ରେ ୬ରୁ ଉର୍ଧ ବଡ ବଡ ଗାଡ ସୃଷ୍ଟି ହୋଇ ଗମନାଗମନ ପାଇଁ ବିପଦ ସୃଷ୍ଟି କରିଛି । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ଯନ୍ତ୍ରୀ ଅଜିତ ବାରିକଙ୍କୁ ପଚାରିବାରେ ଉତର ମିଳୁଛି ବର୍ଷା ଓ ବନ୍ୟା ହେବା ଫଳରେ ରାସ୍ତା ପାଶ୍ୱର୍ଟି ପଥର ପେକିଙ୍ଗ ଧସିପଡିଛି ଏବଂ ଏହାକୁ ଖୁବ୍ ଶୀଘ୍ର ମରାମତି କରାଯିବ । ତେଣୁ ଏହି ଆପ୍ରୋଚ ରୋଡର ରାସ୍ତା ପଶ୍ୱର୍କୁ ଯଥାଶୀଘ୍ର ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

six + eighteen =