କମ୍ପାନୀ ଠାରୁ ସିଧା ଟିକା କିଣିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରିବର୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜି ଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଠୁ ଟିକା କିଣି ଦେଇପାରିବେ । ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ସେହି ଦର ଅନୁଯାୟୀ ଟିକାକରଣ କରିବେ । କୋଭିସିଲ୍ଡ ଟିକା ୭୮୦ ଟଙ୍କା ଓ କୋଭାକ୍ସିନ ଟିକା ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହି ଦର ଅନୁଯାୟୀ ସେମାନେ ଟିକାକରଣ କରି ପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ଏଥିସହିତ ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗତକାଲି ୧୬୧୩ଟି ଟିକାକରଣ କେନ୍ଦ୍ରରେ ୩ ଲକ୍ଷ ୩୨ହଜାର ୭୧୭ ଜଣଙ୍କୁ ଟିକାକରଣ କରାଯାଇଛି । ରାଜ୍ୟରେ ୧ କୋଟିରୁ ଅଧିକ ଟିକାକରଣ ହୋଇଛି । ରାଜ୍ୟର ବର୍ତମାନ କୋଭିସିଲ୍ଡ ଟିକା ୬ ଲକ୍ଷ ୯୮ହଜାର ଓ କୋଭାକ୍ସିନ ଟିକା ୪ ଲକ୍ଷ ୩୦ ହଜାର ମହଜୁଦ ରହିଛି । ଆଜି ମଧ୍ୟ ୧ ଲକ୍ଷ ୭୪ ହଜାର ୪୬୦ କୋଭିସିଲ୍ଡ ଟିକା ପହଂଚିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Leave A Reply

Your email address will not be published.

ten + eight =