କରୋନାରେ ବରିଷ୍ଠ ଆଇନଜୀବିଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ତଥା ଭୁବନେଶ୍ୱର ୮ନଂ ୟୁନିଟ୍ ସ୍ଥିତି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୫ ମାଟ୍ରିକ ବ୍ୟାଚ୍‌ର ଛାତ୍ର ନଳୀନିକାନ୍ତ ମହାନ୍ତିଙ୍କର କରୋନାରେ ଗତକାଲି ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ସେ କଟକ ସ୍ଥିତ ଅଶ୍ୱୀନି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ପତ୍ନୀ ଶ୍ମିତା ମହାନ୍ତି ଓ ଏକମାତ୍ର ପୁତ୍ର ଅମିତ୍ ମହାନ୍ତିଙ୍କ ସହ ଆତ୍ମସଜନ ମାନେ ଉପସ୍ଥିତ ଥିଲେ । ଗତକାଲି ଅପରାହ୍ନରେ ଶକ୍ତିଚଉରା ସ୍ଥିତ ଶ୍ମ୍ମଶାନ ଘାଟରେ ତାଙ୍କର ଶେଷ କୃତ ସମ୍ପର୍ଣ୍ଣ ହୋଇଛି । ସେ ଜଣେ ବନ୍ଧୁବତ୍ସଳ ଓ ପରୋପକାରୀ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ୧୯୮୫ ମାଟ୍ରିକ୍ ବ୍ୟାଚ୍‌ର ପୁରାତନ ଛାତ୍ର ବନ୍ଧୁ ତଥା ଅମିତର ଅଧ୍ୟକ୍ଷ ଅଧିପ ନାରାୟଣ ମହାନ୍ତି, କୁନି ସାମଲ, ବିଭୁଦତ୍‌, ସଞ୍ଜିବ ସାମଲ, ବନେନ୍ଦୁ, ସୁଦିପ୍ତ, ଚିତ୍‌, ଅବିନାଶ, ତାପସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

5 × 3 =