କରୋନାରେ ବାପାଙ୍କ ମୃତ୍ୟୁ, ଦେଖି ପାରିଲେନି ଡାକ୍ତର ପୁଅ

କଟକ: କରୋନା ଭୂତାଣୁ ଏପରି ସ୍ଥିତି ସୃଷ୍ଟି କରିଛି ଯେ ସେଥିରେ ଆକ୍ରାନ୍ତ ବାପାଙ୍କ ମୃତୁ୍ୟ ପରେ ତାଙ୍କର ଅନ୍ତିମ ଦର୍ଶନ କରିବାର ସୁଯୋଗ ମଧ୍ୟ ପାଉନାହିଁ ପୁଅ । ଏସ୍ସିବି ଭେଷଜ ବିଭାଗର ଜଣେ ଡାକ୍ତର ଗତ ୨୩ ତାରିଖରୁ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ପୂର୍ବରୁ ଉକ୍ତ ଡାକ୍ତରଙ୍କ ୬୫ ବର୍ଷୀୟ ବାପା ମଧ୍ୟ କରୋନା ସଂକ୍ରମିତ ହୋଇ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସ୍ଥିର ରହିଥିଲା । ଡାକ୍ତରୀ ଟିମ୍ର ସମସ୍ତ ଚେଷ୍ଟା ସତ୍ୱେ ତାଙ୍କର ମୃତୁ୍ୟ ହୋଇଛି । କିନ୍ତୁ ଦୁଃଖର ବିଷୟ ହେଲା ଯେ ଗୋଟିଏ ହସ୍ପିଟାଲରେ ରହି ବାପ ପୁଅ ଚିକିତ୍ସିତ ହେଉଥିବା ବେଳେ ବାପାଙ୍କ ଅନ୍ତିମ ଦର୍ଶନ କରିବାକୁ ଡାକ୍ତର ପୁଅ ସୁଯୋଗ ପାଇଲେ ନାହିଁ । ପରିବାରର ଅନ୍ୟ ସଦସ୍ୟ ହସ୍ପିଟାଲରେ ପହଂଚିଥିଲେ ବି କାହାରିକୁ କରୋନା ଗାଇ ଡ୍ଲାଇନ୍ ମୁତାବକ ସୁଯୋଗ ଦିଆଯାଇ ନ ଥିଲା ।

Leave A Reply

Your email address will not be published.

twenty − seven =