ଭୁବନେଶ୍ୱର: ରାଜ୍ୟରେ କରୋନା ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ରୋକିବାକୁ ଗଠିତ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଯାଂଚ ଆରମ୍ଭ କରିଛି । ଫ୍ଲାଇଙ୍ଗ୍ ସ୍କ୍ୱାର୍ଡରେ ଡ୍ରଗ୍ ଇନ୍ସପେକ୍ଟର, କ୍ରାଇମ ବ୍ରାଂଚର ଅଧିକାରୀ, ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ସ୍ଥାନୀୟ ପୁଲିସ ରହିଛନ୍ତି । ଏହି ସ୍କ୍ୱାର୍ଡ ଗତ ୨୪ଘଂଟା ମଧ୍ୟରେ ଚାନ୍ଦନୀ ଚୌକ୍, କଟକରେ ଥିବା ବିଭିନ୍ନ ଫାର୍ମାସ୍ୟୁଟିକାଲ୍ ସଂସ୍ଥା ସହ ଭୁବନେଶ୍ୱରର ଏକ ହସ୍ପିଟାଲ୍, ବାଲେଶ୍ୱରର ୧୪ଟି ମେଡିକାଲ୍ ଷ୍ଟୋର୍ , ସମ୍ବଲପୁର, କୋରାପୁଟ, ଭଦ୍ରକ, ବଲାଙ୍ଗୀର ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟୋର / ଷ୍ଟrିଷ୍ଟ ଡିପୋ / ଅମ୍ଳଜାନ ଭରିବା କେନ୍ଦ୍ରରେ ମଧ୍ୟ ଯାଂଚ କରିଛି । କରୋନା ଔଷଧ ଏବଂ ଆନୁଷଙ୍ଗିକ ସାମଗ୍ରୀର ପ୍ରବେଶ, ଯୋଗାଣର ରେକର୍ଡ, ଷ୍ଟକ୍ ଯାଂଚ କରିବା, ବଂଟନ ବିବରଣୀ ସଂଗ୍ରହ କରିବା ସହ କରୋନା ଔଷଧ ବିତରଣ ଉପରେ ଦୈନିକ ଅପଡେଟ୍ ଦାଖଲ କରିବାକୁ ମେଡିକାଲ୍ ଫାର୍ମ / ଡାକ୍ତରଖାନାଗୁଡ଼ିକୁ ନିଦେ୍ର୍ଧଶ ଦିଆଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ କରୋନା ଔଷଧର ବେଆଇନ ମହଜୁଦ ଓ କଳାବଜାରୀକୁ ରୋକିବା ପାଇଁ ଏଡିଜିପି, ଚେୟାରମ୍ୟାନ୍ ତଥା ଯୁଗ୍ମ ସଚିବ ଭାବରେ କ୍ରାଇମବ୍ରାଂଚ, ସ୍ୱାସ୍ଥ୍ୟ ବିଭାଗ ଏବଂ ଡ୍ରଗ୍ସ ନିୟନ୍ତ୍ରକଙ୍କୁ ନେଇ ଗଠିତ ରାଜ୍ୟ ସ୍ତରୀୟ କମିଟି ଓଡ଼ିଶା ସରକାର ଗଠନ କରିଛନ୍ତି । କଟକ-ଭୁବନେଶ୍ୱରରେ ୦୭ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ବାକି ରାଜ୍ୟରେ ୧୫ଜଣ ସକ୍ରିୟ ଭାବରେ ଏହି କାର୍ଯ୍ୟାନୁÂାନ ଗ୍ରହଣ କରୁଛନ୍ତି ।