କରୋନା ଚିହ୍ନଟ ପରେ ଜେ.କେ.ପୁରବାସୀ ଛାନିଆ

ରାୟଗଡା– ରାୟଗଡା ସହର କସ୍ତୁରୀ ନଗରର ଜଣେ ୭୨ ବର୍ଷ ବୃଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ଖବର ଆସିବା ପରେ ଜେ.କେ.ପୁର ବାସିନ୍ଦା ଛାନିଆ ହୋଇଯାଇଛିନ୍ତି । ଆକ୍ରାନ୍ତ ଜଣକ ପୂର୍ବରୁ ଜେ.କେ.ପେପର ମିଲରେ କାର୍ଯ୍ୟରତ ଥିଲେ । ସେ କିଛି ଦିନ ତଳେ ଜେ.କେ.ପୁର ତୁଲସମା କଲୋନୀରେ ଥିବା ନିଜ ପୁଅ ଘରକୁ ଯାଇଥିଲେ । ପୁଅ ଘରେ ରହିବା ସମୟରେ ସେ ବାହାର ବୁଲିଥିବା ନେଇ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ଆଜି ତୁଲସମା ନଗରକୁ ରାୟଗଡା ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ଯାଇ ଆକ୍ରାନ୍ତଙ୍କ ପୁଅଙ୍କ ସହ ଆଲୋଚନା କରିଥିଲେ । ବୃଦ୍ଧାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କ ସ୍ୱାବ ନମୁନା ଯାଂଚ କରାଯିବ ବୋଲି ମଧ୍ୟ ସୂଚନା ରହିଛି । ଏଥି ସହ ପରିବାର ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ତାଗିଦ୍ କରାଯାଇଛି ।


ଜେ.କେ.ପୁର ଅଂଚଳରେ ଦିନକୁ ଦିନ ପରିମରଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଥିବା ନେଇ ଆଜି ଜେ.କେ.ପୁର ବାସିନ୍ଦା ରାୟଗଡା ପୌର ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ସହରରେ ଥିବା ଡ୍ରନେଜ୍ ଗୁଡିକୁ ସଫା କରାଯାଉ ନାହିଁ । ଫଳରେ ଅପରିଷ୍କାର ପରିବେଶ ମଧ୍ୟରେ ସହରବାସୀ ରହୁଛନ୍ତି ଏଥି ସହ ଦିନକୁ ଦିନ ସହରରେ ମଶାଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଏଥି ସହ ଗୋପବନ୍ଧୁ ପାର୍କ ନିକଟରେ ଥିବା ସାର୍ବଜନୀନ ଶୌଚାଳୟକୁ ମାସ ମାସ ଧରି ସଫା କରାଯାଉନଥିବାରୁ ସେଠାରୁ ନିର୍ଗତ ହେଉଥିବା ପୂତିମୟ ଗନ୍ଧ ଯୋଗୁଁ ସାହି ବାସିନ୍ଦା ଅତିଷ୍ଠ ହୋଇ ପଡିଲେଣି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ପରିମଳ ବ୍ୟବସ୍ଥାର ଶୀଘ୍ର ସମାଧାନ ପାଇଁ ଜେ.କେ.ପୁର ବାସିନ୍ଦା ପୌର ନିର୍ବାହୀ ଅଧିକାରୀଙ୍କ ଆଗରେ ଦାବୀ କରିଥିଲେ । ପରିମଳ ବ୍ୟବସ୍ଥା ପରିଚାଳନା ନିମନ୍ତେ ଜେ.କେ. କଂପାନୀ ମାସିକ ୬୦ ହଜାର ଟଙ୍କା ଚାନ୍ଦିଲି ପାଂଚୟତ ଦେଉଥିବା ବେଳେ ଉକ୍ତ ଟଙ୍କା ସଠିକ୍ ମାର୍ଗରେ ଖର୍ଚ୍ଚ ହେଉନଥିବା ଜେ.କେ.ପୁର ବାସିନ୍ଦା ଅଭିଯୋଗ କରିଛନ୍ତି । ଏଥି ସହ ପରିମଳ ବ୍ୟବସ୍ଥା ନିମନ୍ତେ ପଂଚାୟତ ତରଫରୁ ଟଙ୍କା ଆଦାୟ କରାଯାଉଛି । ଦୀର୍ଘ ମାସ ହେଲା ଚାନ୍ଦିଲି ପଂଚାୟତରେ ଫିନାଇଲ, ବ୍ଲିଚିଙ୍ଗ ପାଉଡର ଏବଂ ମଶାତେଲ ସିଂଚନ କରାଯାଇନଥିବା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

4 × two =