କରୋନା ଟିକାର ଘୋର ଅଭାବ: ୩ ଦିନ ଟିକାକରଣ ବନ୍ଦ

ବ୍ରହ୍ମପୁର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ହେଲେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖା ଦେଲାଣି । ଏପରିକି ଟିକାଦାନ କେନ୍ଦ୍ରରେ ନୋଟିସ ଲଗାଇ ଟିକା ନଥିବା ସୂଚନା ଦିଆଯାଇଛି । ବ୍ରହ୍ମପୁର ସହରରେ ଆସନ୍ତାକାଲିଠାରୁ ଟିକାକରଣ ବନ୍ଦ । ଆଜି ଜିଲ୍ଲାର ୩୦ଟି କେନ୍ଦ୍ରରେ ଟିକାଦାନ ଚାଲିଥିବା ବେଳେ ଆସନ୍ତାକାଲି ସମସ୍ତ କେନ୍ଦ୍ର ବନ୍ଦ ରହିବ ବୋଲି ସୂଚନା ରହିଛି । ଜିଲ୍ଲାରେ ସମୁଦାୟ ୨୦୮ଟି ଟିକାଦାନ କେନ୍ଦ୍ର ଥିବା ବେଳେ ଗତକାଲି ସୁଦ୍ଧା ୧୦୧ କେନ୍ଦ୍ରରେ ଟିକାଦାନ ଚାଲିଥିଲା । ପୂର୍ବରୁ ମହଜୁଦ୍ ଥିବା ୨୩ ହଜାର ୩୦୦ ଟିକାରୁ କାଲି ସୁଦ୍ଧା ୧୯ ହଜାର ସରି ଯାଇଥିଲା । ବାକି ଟିକା ଆଜି ଦିଆଯାଉଛି । ପୁଣି ଥରେ ଟିକା ଆସିବା ପରେ ଯାଇ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ । ସେମାବାର, ମଙ୍ଗଳବାର ଓ ବୁଧବାର ଟିକାଦାନ ବନ୍ଦ ରହିଥିବା ସୂଚନା ରହିଛି ।

Leave A Reply

Your email address will not be published.

two × two =