କରୋନା ଟିକା ଦାନ ପାଇଁ ୩୦ ଜିଲ୍ଲାରେ ହେବ ୩୨ ସେଂଟର
ଭୁବନେଶ୍ୱର: କରୋନା ଭ୍ୟାକସିନ୍କୁ ନେଇ ସମସ୍ତଙ୍କ ମଧ୍ୟରେ ଉସôକତା ଲାଗି ରହିଥିବା ବେଳେ ଏଥିନିମନ୍ତେ ପ୍ରସ୍ତୁତ ରହିବାକୁ କେନ୍ଦ୍ର ବି ରାଜ୍ୟମାନଙ୍କୁ ଗ୍ରୀନ ସିଗନାଲ ଦେଇସାରିଛି । ଏପରି ସ୍ଥିତିରେ ଖୁବ୍ ଶୀଘ୍ର କରୋନା ଭ୍ୟାକସିନ ନେଇ ସୂଚନା ମିଳିସାରିଥିବା ବେଳେ ଏହାର ସଂରକ୍ଷଣ ଓ ବଂଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଉନ୍ତି ରାଜ୍ୟ ସରକାର । ଭ୍ୟାକସିନ୍ୁକୁ କିପରି ସଂରକ୍ଷିତ କରି ରଖାଯିବ ତଥା କାହାକୁ ଅଗ୍ରାଧବକାର ଦିଆଯିବ ସେ ନେଇ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଗାଇଡଲାଇନ୍ ଅନୁସାରେ ରାଜ୍ୟରେ ଟିକାକରଣ ନିମନ୍ତେ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଟିକାକଣ ପାଇଁ ପର୍ଯ୍ୟାୟରେ ୮ ହଜାର ୨୬୭ଟି ସ୍ଥାନ ଚିହ୍ନଟ ହୋଇଛି । ଏହି ସବୁ ଅଂଚଳରେ ବ୍ୟବସ୍ଥା କରାଯିବା ନେଇ ରୋଡ ମ୍ୟାପ୍ ବି ପ୍ରସ୍ତୁତ ହୋଇଛି । କେଉଁଠି ପ୍ରକାର ବ୍ୟବସ୍ଥା ହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରେ ସମସ୍ତ ତଥ୍ୟ ଅପଲୋଡ ହେବ । ଓଡ଼ିଶାରେ ଭ୍ୟାକସିନ୍ ପହଂଚିବା ପରେ ଏହାକୁ ସୁରକ୍ଷିତ ଭାବେ ରୀଖିବା ପାଇଁ ୧,୨୨୨ଟି କେନ୍ଦ୍ରକୁ ଚିହ୍ନଟ କରାଯାଇଛି । ରାଜ୍ୟରେ ଗୋଟିଏ ଭ୍ୟାକସିନ୍ ଷ୍ଟୋର ଓ ୯ଟି ଆଂଚଳିକ କେନ୍ଦ୍ର ରହିବ । ଏହାସହ ୩୦ ଜିଲ୍ଲାରେ ୩୨ଟି କେନ୍ଦ୍ରରେ ଭ୍ୟାକସିନ୍ ସେଂଟର ରହିବ । ଟିକାକରଣ ପାଇଁ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହାସହ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଛଡ଼ା ଟିକାକରଣ ପାଇଁ ତାଲିମ ବି ପ୍ରଦାନ ସରିଥିବା ସେ ଦୋହରାଇଛନ୍ତି ।