କରୋନା ଟୀକା ନପାଇ ରାସ୍ତାରେ ବରିଷ୍ଠ ନାଗରିକଙ୍କ ବିକ୍ଷୋଭ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନେ କରୋନା ଟୀକାରୁ ବଂଚିତ ହୋଇଥିବା ଅଭିଯୋଗ ଆସିଛି । ଏମାନେ ପ୍ରଥମ ପର‌୍ୟ୍ୟାୟ ଟୀକା ନେଇ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଦ୍ୱିତୀୟ ଟୀକା ଦିଆ ଯାଉନି । ବାର୍ଦ୍ଧକ୍ୟ ଅବସ୍ଥା ସତ୍ୱେ ନିଜ ଜୀବନ ବଂଚାଇବା ଉଦେଶ୍ୟରେ ଟୀକା ନେବାକୁ ଏମାନେ ବାରମ୍ବାର ଡକ୍ତରଖାନାରୁ ଫେରୁଛନ୍ତି । ସୋମବାର ସକାଳେ ୪୦ରୁ ଉର୍ଦ୍ଧ୍ୱ ବୟସ୍କ ନୀଳଗିରି ଡାକ୍ତରଖାନାରୁ ଘୁରିଲେଣି । ସେପଟେ ଦ୍ୱିତୀୟ ଟୀକା ଦାବି କରି କେତେକ ବରିଷ୍ଠ ନାଗରିକ ଡାକ୍ତରଖାନା ସମୁଖ ରାସ୍ତା ଉପରେ ବସି ବିକ୍ଷୋଭ କରୁଥିବା ଦେଖିବାକୁ ମଳିଛି ।

Leave A Reply

Your email address will not be published.

two × 4 =