କରୋନା ମୃତ୍ୟୁରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ କରୋନାରେ ବ୍ରେକ୍ ଲାଗୁନାହିଁ । ରେକର୍ଡ ସଂଖ୍ୟକ ଆକ୍ରନ୍ତ ଆଖି ବୁଜିଛନ୍ତି । କରୋନା ମୃତ୍ୟୁରେ ଏହା ସର୍ବକାଳୀନ ରେକର୍ଡ । କେବଳ ସେପ୍ଟେମ୍ବର ମାସରେ ୨୪୪ ମୁଣ୍ଡ ନେଲାଣି କରୋନା । ଏହା ପୂର୍ବରୁ ଅଗଷ୍ଟ ୧୦ ଓ ୨୯ ତାରିଖରେ ୧୪ ଜଣ ଳେଖାଏଁ କୋଭିଡ ପଜିଟିଭ ପ୍ରାଣ ହରାଇଥିଲେ । ଚଳିତ ମାସ ୧୧ ତାରିଖରେ ୧୪ ମୃତ୍ୟୁ ହୋଇଥିବାବେଳେ ୧୭ ଏବଂ ୧୮ରେ ୧୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ଓଡ଼ିଶାରେ କୋଭିଡ ଯୋଗୁଁ ୭୩୬ ଜଣଙ୍କ ପ୍ରାଣ ଗଲାଣି । ସେହିପରି ଅନ୍ୟ କାରଣ ପାଇଁ ୫୩ ଜଣଙ୍କ ଜୀବନ ଯାଇଛି । ମାର୍ଚ୍ଚ ୧୬ ତାରିଖରେ କରୋନା ଓଡ଼ିଶାରେ ପାଦ ଥାପିବା ପରେ ଏପ୍ରିଲ ୬ ତାରିଖରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା । ସେହିପରି କଟକରେ ୬୦, ପୁରୀରେ ୪୦, ସୁନ୍ଦରଗଡ଼ରେ ୩୯, ରାୟଗଡ଼ାରେ ୩୫, ଗଜପତିରେ ୨୨, କନ୍ଧମାଳ ଓ ବାଲେଶ୍ୱରରେ ୨୦ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏକମାତ୍ର ଜିଲ୍ଲା ଭାବେ ଦେବଗଡ଼ରେ ଏପର୍ଯ୍ୟନ୍ତ ଜଣେ ହେଲେ ବି କରୋନା ମୃତ୍ୟୁ ହୋଇ ନଥିବା ବେଳେ ନୂଆପଡ଼ା, ଝାରସୁଗୁଡ଼ା, ବୌଦ୍ଧରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସୁଦ୍ଧା ଯେତେ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମଧୁମେହ ଓ ଉଚ୍ଚରକ୍ତ ଚାପରେ ପୀଡ଼ିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

11 + seventeen =