କରୋନା ମୃତ୍ୟୁ ନେଇ ହାଇକୋର୍ଟର ମାମଲା

କଟକ: ରାଜ୍ୟରେ ମହାମାରୀ କରୋନା ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ପାଇଁ ଆବେଦନ କରି ବରିଷ୍ଠ ଆଇନ୍‌ଜୀବୀ ନିଶିକାନ୍ତ ମିଶ୍ର ଆଜି ହାଇକୋର୍ଟରେ ଏକ ଜନ୍‌ସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏହି ମାମଲାରେ ସେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ୭ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି । କରୋନା ମୃତ୍ୟୁସଂଖ୍ୟା ସରକାର ଲୁଚାଇଥିବା ଅଭିଯୋଗ ହୋଇଛି । କରୋନା ମୃତ୍ୟୁ ସ୍ୱତନ୍ତ୍ର ଅଡିଟ୍ ପାଇଁ ରାଜ ସରକାରଙ୍କୁ ନିର୍ଦ୍ଦେଶ ଦେବାଲାଗି ସେ ପିଟିସନ୍‌ରେ ଅଦାଲତଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

1 × 5 =