ଭୁବନେଶ୍ୱର : ରିପୋର୍ଟରେ ଦର୍ଶାଯାଇଛି ଯେ ଆର୍ଥିକ କ୍ଷତି ଯୋଗୁ ଅସମାନତା ବୃଦ୍ଧି ପାଇଛି ଏବଂ ମିଳିତ ଜାତିସଂଘ ସ୍ଥାୟୀ ବିକାଶ ହାସଲ ବାଧାପ୍ରାପ୍ତ ହୋଇଛି, ସମସ୍ୟାର ମୁକାବିଲା ପାଇଁ ରାଷ୍ଟ୍ରକୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ରିପୋର୍ଟରେ ଆଲୋକପାତ ସିଆଟଲ ସେପ୍ଟେମ୍ବର ୧୫, ୨୦୨୦- ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ଏହାର ଚତର୍ଥ ବାର୍ଷିକ ଗୋଲକିପର୍ସ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତ ନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳି ଭାବେ ମିଳିତ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ବୈଶ୍ୱିକ ଲକ୍ଷ୍ୟ) ହାସଲ ଦିଗରେ ଅଗ୍ରଗତିକୁ କୋଭିଡ-୧୯ କ୍ଷତିକାରକ ପ୍ରଭାବ ୨୦ ବର୍ଷ ପଛକୁ ନେଇ ଯାଇଛି । ବୈଶ୍ୱିକ ଲକ୍ଷ୍ୟ ହାସଲ ଉପରେ ମହାମାରୀ କିପରି ପ୍ରଭାବ ପଡୁଛି ସେ ସମ୍ପର୍କରେ ସଦ୍ୟତମ ବୈଶ୍ୱିକ ତଥ୍ୟାବଳୀ ସହିତ ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ ପାଖପାଖି ପ୍ରତ୍ୟେକ ସୂଚକାଙ୍କରେ ବିଶ୍ୱ ପଛକୁ ଚାଲିଆସିଛି । କୋଭିଡ-୧୯ କାରଣରୁ ଉତ୍କଟ ଦାରିଦ୍ର୍ୟ ୭% ବୃଦ୍ଧି ପାଇଛି । ସ୍ୱାସ୍ଥୟ ବ୍ୟବସ୍ଥାର ପରିଚାଳନାରେ ଟିକାକରଣର ପ୍ରସାର ଅତ୍ୟନ୍ତ ପ୍ରଭାବୀ ପଦକ୍ଷେପ ଭାବେ ପରିଗଣିତ ହୋଇଥାଏ । ମାତ୍ର ୨୫ ସପ୍ତାହ ମଧ୍ୟରେ ଏହି କ୍ଷେତ୍ରରେ ବିଶ୍ୱ ୨୫ ବର୍ଷ ପଛକୁ ଚାଲିଯାଇଛି ଯାହାକି ୯୦ ଦଶକର ସ୍ଥିତି ସହିତ ସମାନ ସ୍ତରରେ ପହଂଚିଯାଇଛି । କୋଭିଡ-୧୯ କାରଣରୁ ହୋଇଥିବା ଆର୍ଥିକ କ୍ଷତି ଅସମାନତା ବୃଦ୍ଧି କରିଛି । ମହିଳା, ସଂଖ୍ୟାଲଘୁ ସମୁଦାୟର ଜାତି ଓ ଜନଜାତି, ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିବା ଲୋକମାନଙ୍କ ଉପରେ ମହାମାରୀର ବ୍ୟାପକ ପ୍ରଭାବ ପଡ଼ିଛି ।
ସମଗ୍ର ବିଶ୍ୱରେ, ମହିଳାମାନଙ୍କ ଉପରେ ବିନା ପାରିଶ୍ରମିକରେ କାମ କରିବାର ଚାପ ବଢ଼ିଚାଲିଥିବା ବେଳେ ସେମାନେ ବ୍ୟାପକ ମାତ୍ରାରେ ରୋଜଗାର ହରାଇବା ଭଳି ସ୍ଥିତିରେ ପଡ଼ିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ଘରଭଡ଼ା ଦେଇପାରିବା ଲାଗି ସକ୍ଷମ ହେଉନଥିବା ଆଶ୍ୱେତ ଓ ଲାଟିନ ଆମେରିକୀୟ ଲୋକଙ୍କ ସଂଖ୍ୟା ଶ୍ୱେତାଙ୍ଗମାନଙ୍କ ଠାରୁ ଦୁଇ ଗୁଣ ଅଧିକ ହୋଇଯାଇଛି । ନିରାଶାଜନକ ଆକଳନ ସତ୍ୱେ, ମହାମାରୀର ଅନ୍ତ କରିବା ଏବଂ ବୈଶ୍ୱିକ ଲକ୍ଷ୍ୟ ହାସଲ ଦିଗରେ ପୁଣି ଥରେ ଆଗେଇବା ଲାଗି ବିଲ ଓ ମେଲିଣ୍ଡା ଗେଟ୍ସଙ୍କ ପକ୍ଷରୁ ଏକ ମାର୍ଗ ବିଷୟରେ ଉଲ୍ଲେଖ କରାଯାଇଛି । ପ୍ରତିବର୍ଷ ସେମାନଙ୍କ ପକ୍ଷରୁ ପ୍ରକାଶ ପାଉଥିବା ଏହି ରିପୋର୍ଟରେ ସେମାନେ ନିଦାନ, ଟିକା ଏବଂ ଚିକିତ୍ସା, ପରୀକ୍ଷା ଓ ଡୋଜ ଯଥାସମ୍ଭବ ଶୀଘ୍ର ଉତ୍ପାଦନ କରିବା, ଏବଂ ଏସବୁ ଉପାଦାନ ଆର୍ଥିକ ସାମର୍ଥ୍ୟକୁ ଦେଖି ନୁହେଁ ବରଂ ଆବଶ୍ୟକତା ଅନୁଯାୟୀ ପ୍ରଦାନ କରିବା ନିମନ୍ତେ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଆହ୍ୱାନ କରାଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ଫଳପ୍ରଦ ପରିଣାମ ନିମନ୍ତେ ବିଭିନ୍ନ ବ୍ୟବହାର୍ଯ୍ୟ ରଣନୀତି ରହିଛି । ସେଥିମଧ୍ୟରୁ ମହାମାରୀର ଅନ୍ତ ପାଇଁ ସବୁଠୁ ଜରୁରି ସହଭାଗୀ ପ୍ରୟାସ ଭାବେ ବିବେଚିତ କୋଭିଡ-୧୯ ଉପକରଣ ଉପଲବ୍ଧତା (ଏସିଟି) ବାହକ ରହିଛି ଯାହାକି ଯିକା ମହାସଂଘ ଗାଭି ଏବଂ ଏଡ୍ସ, ଯକ୍ଷ୍ମା ଓ ମ୍ୟାଲେରିଆ ମୁକାବିଲା ଲାଗି ବୈଶ୍ୱିକ ପାଣ୍ଠି ଭଳି ସଂଗଠନକୁ ଏକତ୍ରିତ କରିପାରିବ । ବିଲ ଓ ମେଲିଣ୍ଡ ଗେଟ୍ସ ଲେଖିଛନ୍ତି ଯେ କୋଭିଡ-୧୯ ମହାମାରୀ ମୁକାବିଲା ସମୟରେ ଆମେ ମାନବିକତାର ଶ୍ରେଷ୍ଠତ୍ୱ ଦେଖିବାକୁ ପାଇଛୁ ଯୁଗାନ୍ତକାରୀ ଉଭାବନ, ଅଗ୍ରଣୀ ଯୋଦ୍ଧା ମାନଙ୍କର ସାହସିକ କାର୍ଯ୍ୟ ଏବଂ ସାଧାରଣ ଜନତା ନିଜ ପରିବାର, ପଡୋଶୀ ଓ ସମୁଦାୟ ପାଇଁ ଶ୍ରେଷ୍ଠ କାର୍ଯ୍ୟ କରିଛନ୍ତି । ଏହା ଏକ ସାମଗ୍ରିକ ବୈଶ୍ୱିକ ବିପତି ହୋଇଥିବା କାରଣରୁ ଏଥିପାଇଁ ବିଶ୍ୱସ୍ତରରେ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି ।