କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନରେ ରହିପାରିବେ

ଭୁବନେଶ୍ୱର: କରୋନା ସଂକ୍ରମିତ ଗର୍ଭବତୀ ମହିଳା ବି ହୋମ୍ ଆଇସୋଲେସନରେ ରହିପାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ଅଲଗା ରହିବାକୁ ହେବ । ଅଲଗା କୋଠରୀ, ଶୌଚାଳୟ ରହିବା ଜରୁରୀ । ଏହି ସମୟରେ ସେ କାହା ସହ ମିଶିବେ ନାହିଁ । ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବା ଜରୁରୀ ଯଦି ଏହି ସମୟରେ ସ୍ୱାସ୍ଥ୍ୟ ବିଗିଡ଼ିବ ତା’ ହେଲେ କୋଭିଡ ହସ୍ପିଟାଲକୁ ଯିବା ଉଚିତ୍ ବୋଲି କହିଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ଲୁସି ଦାସ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଦିନ ହୋମ୍ ଆଇସୋଲେସନ୍ ନେଇ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଡା.ଦାସ କହିଲେ, ଗର୍ଭବତୀ ମା’ଠାରୁ ଜନ୍ମତି ଶିଶୁ କରୋନାରେ ସଂକ୍ରମିତ ହେବାର କମ୍ ଆଶଙ୍କା ରହିଛି । ମାତ୍ର ଛୁଆକୁ ମା’ ଛୁଇଁବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଛି । ଶିଶୁ ଯେପରି ସଂକ୍ରମିତ ନ ହେବ ସେଥିପାଇଁ ମା’ ଯତ୍ମବାନ ହେବା ଜରୁରୀ । ସଂକ୍ରମିତ ମା’ଠାରୁ ଶିଶୁକୁ ରକ୍ଷା କରିବା ଲାଗି ମାସ୍କ ପିନ୍ଧାଇବା ଉଚିତ୍ ନୁହେଁ । ଛୁଆକୁ ମାସ୍କ ପିନ୍ଧାଇଲେ ଅକ୍ସିଜେନ୍ ଅଭାବରୁ ହେବାର ଆଶଙ୍କାକୁ ଏଡାଇ ଦେଇହେବ ନାହିଁ ବୋଲି ଡା.ସାରଦା ସ୍ୱାଇଁ କହିଲେ, କୋଭିଡ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ସମୟରେ ଯୋଗ ଓ ପ୍ରାଣାୟାମ କରିବା ଉଚିତ୍ । ଏହା ଦ୍ୱାରା ରୋଗୀ କରୋନାକୁ ଭୁଲିି ପାରିବେ । ହୋମ ଆଇସୋଳେସନ ସମୟରେ ଆକ୍ରାନ୍ତଙ୍କ ନିଦ୍ରାହୀନତା ଓ ଛାନିଆ ଲକ୍ଷଣ ଦେଖାଯାଉଛି । ଘରେ ଏକାନ୍ତରେ ରହୁଥିବା ଲୋକ, ବୟସ୍କ, କିଶୋରମାନଙ୍କ ମାନସିକ ସ୍ଥିତି ବିଗୁଡ଼ିଥିବା ଦେଖିବାକୁ ମିଳୁଛି । ତେଣୁ ଏଭଳି ଲୋକଙ୍କର ମାନସିକ ସ୍ଥିତି ପରିବର୍ତନ କରିବା ଲାଗି ପରିବାରର ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡା.ଦାସ କହିଥିଲେ ଯେ, ହୋମ ଆଇସୋଲେସନରେ ଥିବା ବେଳେ ରୋଗୀ ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ରୋଗୀ ପ୍ରତିଦିଦ ସୁଷମ ଖାଦ୍ୟ ଖାଇବା ସହିତ ଅଧିକ ପାଣି ପିଇବେ ଜରୁରୀ ମଝିରେ ମଝିରେ କିଛି କିଛି କାମ କଲେ ମଧ୍ୟ ଭଲ ହୋମ ଆଇସୋଳେସନରେ ଥିବା ବେଳେ ମାନସିକ ରୋଗୀଙ୍କ ରୋଗ ଆହୁରି ବଢ଼ିଯିବାର ଆଶଙ୍କା ରହିଛି । ଏଭଳି ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ କରି ରୋଗର ମାତ୍ରା କମାଇବାକୁ ପଡିବ । ମାନସିକ ରୋଗୀ ମଧ୍ୟ ଯୋଗ ଓ ପ୍ରାଣାୟାମ କରିପାରିବେ । ମାନସିକ ରୋଗୀ ଯଦି କୋଭିଡ ଚିହ୍ନଟ ହୁଅନ୍ତି ତା’ହେଲେ ହୋମ ଆଇସୋଲେସନରେ ରହିଲେ ଭଲ ।

Leave A Reply

Your email address will not be published.

seventeen − 9 =