ଭବାନୀପାଟଣା: କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ବିରୋଧୀ ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀଠାରେ ଭାରତ କିଷାନ ସମନ୍ୱୟ ସମିତି ନେତୃତ୍ୱରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର କୃଷକମାନଙ୍କ ତରଫରୁ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚାଷୀ ପ୍ରତିନିଧିମାନେ ମୋଦୀନେତୃତ୍ୱ କେନ୍ଦ୍ର ସରକାରଙ୍କ ଚାଷୀବିରୋଧୀ ନୀତି କୁ ତିବ୍ରପ୍ରତିବାଦ କରିବାସହ ତୁରନ୍ତ ୩ କଳା ଆଇନକୁ ପ୍ରତ୍ୟାହାର କରିବାପାଇଁ ଦୃଢଦାବି ଜଣାଇଥିଲେ । ଦୀର୍ଘ ୧୯ ଦିନ ଧରି ଚାଷୀମାନେ ଶୀତ କାକରରେ ପଡିରହି ଚାଷ ଓ ଚାଷୀବିରୋଧୀ ଆଇନକୁ ପ୍ରତ୍ୟାହାର କରିବାପାଇଁ ଦାବୀ କରିଆସୁଥିଲେ ମଧ୍ୟ ପୁଞ୍ଜିପତି ମାନଙ୍କୁ ସ୍ୱାର୍ଥ ରକ୍ଷା ସକାଶେ ଶାସନ ଗାଦିରେ ବସିଥିବା ବିଜେପି ସରକାର ଏଥିପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଜିଦ୍ ଖୋର ହୋଇ ମନୋବୃତ୍ତି ଆପଣାଇ କୃଷକ ମାନଙ୍କ ଆନ୍ଦୋଳନକୁ ଦବାଇଦେବାପାଇଁ ହେଉଥିବା ଉଦ୍ୟମକୁ ଭର୍ସନା କରାଯାଇଥିଲା । ଚାଷୀମାନଙ୍କ ଉତ୍ପାଦନରେ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣକୁ ଆଇନରେ ପରିଣତ କରିବା,ପୁଞ୍ଜିପତିଙ୍କ ହାତରେ ଚାଷକୁ ଟେକିଦେଇ ଚାଷୀଙ୍କ ଅଧିକାର କୁ ଛଡାଇନେବା ଓ ନ୍ୟାୟପାଇଁ ବିଚାର ବିଭାଗ ବ୍ୟବସ୍ଥାକୁ କଡାକଡି କରିବାପାଇଁ ଚାଷୀମାନେ ଦାବୀ କରିଥିଲେ । ଏଥି ସହିତ କେନ୍ଦ୍ର ସରକାର ତୁରନ୍ତ କୃଷିବିରୋଧୀ କଳାଆଇନକୁ ପ୍ରତ୍ୟାହାର କରିବାପାଇଁ ସମର୍ଥନ ଜଣାଇ କଳାହାଣ୍ଡି ଏସଟି ଏସସି ଓକିଲ ସଂଘ ଏହି ଗଣଧାରଣରେ ଯୋଗଦେଇ ନୈତିକ ସମର୍ଥନ ଜଣାଇଥିଲେ ।