ଧର୍ମଗଡ- କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ ଲଗାମଛଡା ଭାବରେ ଅନେକ ପଥର ଖାଦାନରେ ସରକାରୀ ପଦାଧିକାରୀଙ୍କ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ପ୍ରାୟତଃ ପ୍ରତ୍ୟହ ଅଭିଯୋଗମାନ ହେଉଛି । ହାତୀନଦୀ ଓ ତେଲ ନଦୀ ରୁ ପ୍ରାୟତଃ ବାଲି ମାଫିଆମାନେ ପୋକଲିନ ମେସିନ ଲଗାଇ ବ୍ରିଜ ପାଶ୍ୱର୍ରେ ବାଲି ଡିପୋ କରି ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ସେହିପରି ବିଭିନ୍ନ ପଥର ଖାଦାନରୁ ବେଆଇନ ଭାବେ ପଥର ଉତୋଳନ କରାଯାଇ ଚାଲାଣ କରାଯାଉଥିବା ବେଳେ ସରକାରୀ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲେଚନା ହେଉଛି । ଗତ ମାସେ ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ କଡା ତାଗିଦ ପରେ ସମସ୍ତ ତହସିଲରେ ବିଭିନ୍ନ ପଥର ଖାଦାନ ମାନଙ୍କରେ ଚଢଉ କରାଯାଇ କେତେକ ଖାଦାନ ସିଲ କରାଯାଇଥିବା ବେଳେ ଗୋଲାମୁଣ୍ଡା ଅଂଚଳରେ ବେଆଇନ ଭାବେ ଚାଲିଥିବା ବୈଜଳପୁରସ୍ଥିତ ପଥର କ୍ରସରକୁ ସିଲ କରାଯାଇଥିବା ବେଳେ ଜୁନାଗଡ ତହସିଲ ଅଂଚଳରେ ବେଆଇନ ଭାବେ ଚାଲିଥିବା କାଲୋପଲାସ୍ଥ ପଥର ଖାଦାନକୁ ସିଲ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ କୋକସରା ଓ ଜୟପାଟଣା ତହସିଲ ଅଂଚଳରେ ବେଆଇନ ଭାବେ ପଥର ଖାଦାନ ଗୁଡିକ ଚାଲିଥିବା ବେଳେ ସେସବୁ ପ୍ରତି ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଉନାହିଁ । କୋକସରା ତହସିଲ କାଶୀବାହାଲ ସୀମାରେ ଥିବା ଜୟପାଟଣା ତହସିଲର ମୋତୁଆଲଗୁଡା ଲାଣ୍ଡିମୁଣ୍ଡି ପାହାଡରେ ଗତବର୍ଷ ୨୦୧୯ ଦୀପାବଳି ପାଖାପାଖି ବେଆଇନ ପଥର ଖାଦାନ ଚାଲିଥିବା ବେଳେ ସେଠାରେ ପଥର ମାଫିଆ ମାନେ ସମଗ୍ର ଲାଣ୍ଡିମୁଣ୍ଡି ପାହାଡକୁ ଦୋହଲାଇ ଦେଲା ଭଲି ପ୍ରଚଣ୍ଡ ଶକ୍ତିଶାଳୀ ବିସ୍ଫୋରଣ କରି ଦେଇଥରବା ବେଳେ ଆଖପାଖ ଅଂଚଳରେ ଭୂମିକମ୍ପ ଭଲି ଅନୁଭବ କରି ଜନସାଧାରଣରେ ଜୟପାଟଣା ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା ।
ଅନ୍ୟପକ୍ଷରେ ଏସବୁ ଅଂଚଳରେ ବେଆଇନ ପଥର ଚାଲାଣ କରୁଥିବା ପଥର ମାଫିଆମାନେ ଶକ୍ତିଶାଳି ହୋଇଥିବା ବେଳେ ପ୍ରଭାବଶାଳି ବ୍ୟକ୍ତି ମାନଙ୍କ ଛତ୍ରଛାୟାତଳେ ରହୁଥିବା ହେତୁ ବିଭାଗୀୟ କାର୍ଯୟାନୁÂାନ ଶୀତଳ ଭଣ୍ଡାରରେ ରହିଯାଉଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି ।