କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କଲେ ଆୟୁଷ ଡାକ୍ତର


କୋଦଳା- ଆଜିଠାରୁ ଆୟୁଷ ଡାକ୍ତର କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ବିିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକାଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଫଳ ପ୍ରଦ ହେଉନାହିଁ । ଦିନରାତି କାମ କଲା ପରେ ବି ସେମାନଙ୍କୁ କୌଣସି ସୁବିଧା ସୁଯୋଗ ଓ ପ୍ରାପ୍ୟ ମିଳୁନାହିଁ । ପୋଲିସ, ସାମ୍ବାଦିକ, ଆଶାକର୍ମୀ, ଅଙ୍ଗନୱାର୍ଡି କର୍ମୀ ଓ ଶିକ୍ଷକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଛି । କିନ୍ତୁ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ଚିକିତ୍ସା କରୁଥିବା ଆୟୁଷ ଡାକ୍ତର ଏଥିରୁ ବଂଚିତ ହେଉଛନ୍ତି । କରୋନା ମୁକାବିଲାରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତରଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଚିନ୍ତାର ବିଷୟ । ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସମସ୍ତ ସୁବିଧା ପ୍ରଦାନ, ଆୟୂଷ ବିଭାଗ ଅର୍ନ୍ତଗତ ଔଷଧ ଲେଖିବାର ଅନୁମତି, ଅଙ୍ଗନବାଡି ଓ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ହୋମିଓପ୍ୟାଥିକ ଔଷଧ ପ୍ରଦାନ, ଜିିଲ୍ଲା ଏବଂ ରାଜ୍ୟ ସ୍ତରୀୟ ତାଲିମ ଓ ଚାକିରୀର ସ୍ଥାୟୀକରଣ ସହ ମାସିକ ପାରିଶ୍ରମିକ ୫୦୦୦୦ଟଙ୍କାକୁ ବୃଦ୍ଧି ଆଦି ବିିଭିନ୍ନ ଦାବି ନେଇ ସେମାନେ ସ୍ୱର ଉତୋଳନ କରିଛନ୍ତି । ନିଜ ପ୍ରତି ହୋଇଥିବା ଏହି ସବୁ ଅବହେଳାର ପ୍ରତିବାଦ ସ୍ୱରୂପ ଆର ବି ଏସ କେ ଡାକ୍ତର ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତଥା ବିଭାଗୀୟ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

2 × 2 =