ଭୁବନେଶ୍ୱର: ଇପିସି ମୋଡରେ ଭୁବନେଶ୍ୱରରେ ଥିବା ‘କଳିଙ୍ଗ ଷ୍ଟୁଡିଓ’ର ପୁର୍ନବାର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ୧୫ ମାସ ଭିତରେ ଏହି ଉନ୍ନତିମୂଳକ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଜୁଲାଇ ୨୬ ତାରିଖରୁ ଅଗଷ୍ଟ ମାସ ୨୪ ତାରିଖ ଯାଏ ଟେଣ୍ଡର ଡକ୍ୟୁମେଣ୍ଟ ମିଳିବ । ପ୍ରି-ବିଡ଼୍ ମିଟିଙ୍ଗ ଅଗଷ୍ଟ ୪ ତାରିଖ ଦିନ ୧୧.୩୦ରେ ଅଛି । ଟେଣ୍ଡର ଗ୍ରହଣ କରିବା ଶେଷ ତାରିଖ ୨୪ ଅଗଷ୍ଟ ଅପରାହ୍ନ ୪ଟା ଯାଏ ରହିଛି ।