କାକଟପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମଗ୍ର ଦେଶରେ ପାଳନ ହେଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ଅନେକ ଜାଗାରେ ଗାନ୍ଧିଜୀଙ୍କ ମୂର୍ତ୍ତି ସ୍ଥାପନ ହୋଇନାହିଁ । ଏଥିରୁ ବାଦ ପଡ଼ିନି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କାକଟପୁର ଅଞ୍ଚଳ । ଗାନ୍ଧୀ ମୂର୍ତ୍ତି ନଥିବାରୁ ବୁଦ୍ଧିଜୀବୀ, ସାମାଜିକ ସଂଗଠନ କର୍ମକର୍ତ୍ତା, ଯୁବ ଛାତ୍ର ନେତୃତ୍ୱ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି । ଦେଶ ସ୍ୱାଧୀନ କରିବାରେ ଗାନ୍ଧିଜୀଙ୍କ ଅବଦାନ ଅତୁଳନୀୟ । ଗାନ୍ଧିଜୀଙ୍କ ଅହିଂସା ମାର୍ଗ ସାରା ବିଶ୍ୱରେ ଲୋକମାନେ ଆପଣାଉଛନ୍ତି । ଅନେକ ଯୁବକ ଗାନ୍ଧିଜୀଙ୍କ ମାର୍ଗକୁ ନେଇ ନିଜର ଭବିଷ୍ୟତ ଦେଖୁଛନ୍ତି, ତେଣୁ କାକଟପୁର ଭଳି ପ୍ରସିଦ୍ଧ ଜାଗାରେ ଗାନ୍ଧିଜୀଙ୍କ ମୂର୍ତ୍ତି ସ୍ଥାପନ କରିବା ପାଇଁ କାକଟପୁର ଯୁବ ଛାତ୍ର ସଂଗଠନ ତରଫରୁ ବିନୋଦ ରାଉତ, ମୀର ଅହମ୍ମଦ ଅଲ୍ଲୀ, ସୁଶାନ୍ତ ମଲ୍ଲିକ, ସେକ୍ ସଲିମ, ନଳିନୀକାନ୍ତ ନାୟକ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି ।