କାଡା କେନାଲରେ ପାଇପ ପକାଇ ମରାମତି

ବାଲିକୁଦା: ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଛନ୍ତି ଠିକାଦାର । ପୂର୍ବରୁ ଚାଷୀ ମାନଙ୍କୁ ଭଣ୍ଡି ଚାଲିଥିବା ବେଳେ ଏଥର କିନ୍ତୁ ଆଉ ଚାଷୀଙ୍କ ସମ୍ମୁଖରୁ ବର୍ଞ୍ଚି ଯାଇ ପାରି ନାହାନ୍ତି ଠିକାଦାର । ବୋରିକିନା ପଞ୍ଚାୟତ ଦରଡା ଠାରେ ଏଲ୍ଏନ୍ଟି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ପାଣି ଟାଙ୍କି କାମ ପାଇଁ ପୋତି ହୋଇଥିବା କାଡା କେନାଲକୁ ଆଜି ସମ୍ପୃକ୍ତ ଠିକା ସଂସ୍ଥା ଠିକାଦାରଙ୍କ ପକ୍ଷରୁ ପୁରୁଦ୍ଧାର କରାଯାଇ ଏଥିରେ ଲୁହା ପାଇପ ପକାଯାଇ ମରାମତି କରାଯାଇଥିବା ଜଣା ପଡିଛି । ଗତକାଲି ଏହାକୁ ନେଇ ଅଂଚଳର ଶତାଧିକ ଚାଷୀ ଠିକାଦରଙ୍କୁ ଭେଟିବାକୁ ଯାଇଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ତାର ସୁପରଭାଇଜର ଚାଷୀ ମାନଙ୍କୁ ସଠିକ ବ୍ୟବହାର ପ୍ରଦର୍ଶନ କରି ନଥିଲେ । ହେଲେ ଆଜି ଠିକାଦରାଙ୍କ ନରମ ମନୋବୃଞ୍ଚି ଦେଖିବାକୁ ମିଳିଥିଲା । ଠିକା ସଂସ୍ଥା ପୋତି ଦେଇଥିବା କାଡା କେନାଲକୁ ଚାଷୀ ମାନେ ନିଜ ହାତରେ କୋଡି କୋଦାଳ ଧରି ଖୋଳି ତାଡି ସଫା କରିଥିଲେ । ଆଜି ସେହି ଠାରେ ସମ୍ପୃକ୍ତ ଠିକା ସଂସ୍ଥା ଏହି ଲୁହା ପାଇପ ବିଛାଇଛି । ଫଳରେ ଚାଷୀ ମାନଙ୍କ ଚାଷ ଜମିକୁ ପାଣି ପହଞ୍ଚିବାରେ ଆଉ ପ୍ରାୟ ସେତେଟା ସମସ୍ୟା ଦେଖା ଦେବ ନାହିଁ ବୋଲି ଜଣା ପଡିଛି । ସୂଚନା ତାଉକି ଗତ ଦୁଇ ବର୍ଷ ହେବ ଏଠାରେ ଏକ ଠିକା ସଂସ୍ଥା ପାଣି ଟାଙ୍କି ନିର୍ମାଣ କରୁଛି । ଏଠାରେ ଥିବା ଏକ କାଡା କେନାଲକୁ ଉକ୍ତ ଠିକା ସଂସ୍ଥା ନିଜର ମାଲ ମ୍ୟାଟେରିଆଲ ପକାଇ ପୋତି ଦେଇଥିବା ଅଭି୍ୋଗ କରି ଆସୁଥିଲେ ସ୍ଥାନୀୟ ଚାଷୀ ।

Leave A Reply

Your email address will not be published.

eleven + twenty =