କାମଧନ୍ଦା ପାଇଁ ପୁଣି ବାହାର ରାଜ୍ୟ ମୁହାଁ ଶ୍ରମିକ

ଚମ୍ପୁଆ: କରୋନା ଭୟରେ ଜୀବନ ବଞ୍ଚାଇବା ପାଇଁ ଗାଁକୁଫେରି ଥିବା ଶ୍ରମି୍ରିକ କାମ ଧନ୍ଧା ନ ପାଇର୍ ପେଟ ବିକଳରେ ବାହାର ରାଜ୍ୟକୁ ଫେରିବାରେ ଲାଗିଛନ୍ତି । କେତେ ନେହୁରା ହୋଇ କଷ୍ଟେମଷ୍ଟେ ଗାଁକୁଫେରି ଥିବା ପ୍ରବାସୀ ଶ୍ରମିକ ଜୀବନ ବଞ୍ଚାଇବାକୁ ଯେତିକି କଷ୍ଟକରିଥିଲେ କାମ ଧନ୍ଦା ନପାଇ ଦିର୍ଘ ୭ମାସ ହେବ ବେକାର ହୋଇ ଘରେ ବସିକଷ୍ଟକୁ ଆହୁରି ଦ୍ୱିଗୁଣିତକରି ଦେଇଛି । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସରକାର ୧୫୦ ଦିନରକାର୍ଯ୍ୟ ଦିବସ ଘୋଷଣା କରିଥିଲେ । ଶ୍ରମିକ ମାନଙ୍କୁ ମନରେଗାରେ ବାଧ୍ୟତା ମୂଳକ ଭାବେ କାମଦେବା ପାଇଁ ଘୋଷଣା ହୋଇ ଥିଲା । ହେଲେ ସରକାରୀ ବାବୁମାନଙ୍କ ସଲାସୁତୁରାରେ ମନରେଗା ଯୋଜନାର କାମଗୁଡିକ ଟା୍ରକ୍ଟର ଓ ଜେସିବିମେସିନ ଗୁଡିକୁ ନିଅଣ୍ଟ ପଡୁଥିବା ଅଭିଯୋଗ ହେଉଛି । ଏବେଜୀବନ ଜିବିକା ପାଇଁ ବିପଦଜନକ ଅବସ୍ଥାରେ ବାହାରରାଜ୍ୟକୁ ଶହଶହ ଶ୍ରମିକ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଚମ୍ପୁଆବ୍ଲକର ୨୨ଟି ପଞ୍ଚାୟତକୁ ପ୍ରାୟ ୨୦୦୦ ଶ୍ରମିକ ଫେରିଥିଲେ । ଏହାଛଡା ସନ୍ନିକଟ ପଡୋଶି ଝାଡଖଣ୍ଡ ଅଞ୍ଚଳରୁ ଶହଶହ ଶ୍ରମିକ ଦାଦନ ପାଇଁବାହାରିଛନ୍ତି । କାମ ଧନ୍ଧା ନପାଇସେମାନେ ପୁଣିବାଧ୍ୟ ହୋଇକଲିକତା, ହାଇଦ୍ରାବାଦ, ଭାଇିଜାଗ୍, ବାଙ୍ଗାଲୁରୁ, ମୁମ୍ବାଇ, ସୁରତଭଳିସହର ଅଭିମୁଖେ ଦୈଡୁଛନ୍ତି । ସରକାର ଓ ପ୍ରଶାସନ ର ଶ୍ରମିକମାନଙ୍କୁକାମଧନ୍ଦା କେବଳ କାଗଜ କଲମରେ ସିମିତ ରହୁଛି ବୋଲି ଅଭିଯୋଗ ହେଉଛି । ମନରେଗାରେ ବ୍ଲକ ପ୍ରଶାସନ ପକ୍ଷରୁ ୧୦୦ଦିନରକାର୍ଯ୍ୟ ଦିବସଯୋଗାଇ ଦିଆ ଯାଇଛି ବୋଲି ଡିଣ୍ଡିମ ପିଟୁ ଥିବା ବେଳେ ତାହା କେତେ ସତ ଏଥିରୁ ସ୍ପଷ୍ଟ ଜଣାପଡୁଛି । ଖଣି ଖାଦାନ ଭରା ଚମ୍ପୁଆ ଉପଖଣ୍ଡରେ ବେକାର ଯୁବକ ଯୁବତିମାନେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ବୋଲି ଯେଉଁ ଆଶାଭରସା ଦିଆ ଯାଇ ଥିଲା ତାହା କେବଳ ପାଣିରଗାର ଭାବେ ପ୍ରମାଣିତ ହୋଇଛି । କରୋନା ପାଇ ଆମରାଜ୍ୟରେ ମାର୍ଚ୍ଚ ୨୩ ଓ ଦେଶରେ ୨୫ ତାରିଖରେ ଲକଡାଉନ ଘୋଷଣା କରାଯାଇ ଥିଲା । ଯାହା ଫଳରେ କଳକାରଖାନା, ଦୋକାନ ବଜାର,ଗମନାଗମନ ସବୁଠି ତାଲା ଝୁଲିଲା । ଖାଇବାକୁ ନପାଇ ବାହାରରାଜ୍ୟରେ ଥିବା ଶ୍ରମିକ ବସଟ୍ରେନ ଚାଲୁନ ଥିବାରୁ କିଛି ଶ୍ରମିକ ଗାଡି ଭଡାକରି, କିଛିକେଣ୍ଟନର ଏବଂ ଅନେକ ପାଦରେ ଚାଲିଚାଲିବହୁକଷ୍ଟରେ ଘରକୁ ପହଞ୍ଚି ଥିଲେ । ସରକାର କେତେ ଜାଗାରେ ବ୍ୟବସ୍ଥା କରି ଶ୍ରମିକମାନଙ୍କୁ ଫେରାଇ ଆଣିବାରେ ସାହଯ୍ୟକରିଥିଲେ ସତକିନ୍ତୁ ଦିର୍ଘ ୭ମାସ ହେବକାମ ଧନ୍ଦା ନପାଇ ସେମାନଙ୍କର ଦୁର୍ଦ୍ଧଶାା ଆହୁରିବଢ଼ିଗଲା । ସରକାରଙ୍କର ସରକାରଙ୍କର ୧୫୦ ଦିନର କାର୍ଯ୍ୟଦିବସ ଘୋଷଣା ଅମଲାତନ୍ତ୍ରର ଫାଇଲ ଭିତରେ ଅଟକଗିଲା । ଅମଲାତନ୍ତ୍ରଳ ଓ ଠିକାଦାରଙ୍କ ସଲାସୁତୁରାରେ ଏଘୋଷଣା ବାଟବଣା ହୋଇଗଲା । ଏହା ଥିଲା କିଛିସ୍ଥାନିୟ ଶ୍ରମିକଙ୍କ କୋହଭରା କାହାଣୀ । ବର୍ତ୍ତମାନ ଅନ୍ୟ ରାଜ୍ୟର କଂପାନୀ ମାଲିକମାନେ ଅଗ୍ରୀମଟଙ୍କା ଦେଇ ଗାଡି ପଠାଇ ଶ୍ରମିକମାନଙ୍କୁ ନେବାରେ ଲାଗିଲେଣି । ସରକାର ସ୍ଥାନିୟ ପ୍ରଶାସନ ଦ୍ୱାରା ସ୍ୱଛତା ଅବଲମ୍ବନ କରି କାମଯୋଗାଇ ଦେବାକୁ ବରିଷ୍ଟ ବିଜେପି ନେତା ମୁରଲୀ ମନୋହର ଶର୍ମା ସରକାରଙ୍କ ନିକଟରେ ଦାବୀକରିଛନ୍ତି ।

Leave A Reply

Your email address will not be published.

three + 19 =