କାଲିମେଳା ଅବକାରୀ ଅଫିସ ଘେରିଲେ ତିନି ପଞ୍ଚାୟତର ମହିଳା

କାଲିମେଳା : କାଲିମେଳା ଅନ୍ତର୍ଗତ ପଶୁଗୁଡା ନିକଟରେ ଥିବା ଅବକାରୀ ଅଫିସ ଘେରିଲେ ତିନି ପଞ୍ଚାୟତର ଶତାଧିକ ମହିଳା ଓ ସରପଞ୍ଚ। ବେନିୟମ ଭାବରେ ଖାଲି ଡ୍ରମ ପାଖରେ ବସାଇ ଫୋଟ ଉଠାଇ ଆଣି ନିରିହ ଆଦିବାସୀ ଲୋକଙ୍କ ନାମରେ ମାମଲା ଦାଏର କରିବା ବିରୋଧରେ ଆଜି ଏହି ଘେରାଉ ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମର୍ଥନ କରି ଉଣ୍ଡୁରୁକୋଣ୍ଡା ସରପଞ୍ଚ କାନନ ବେକ ଓ କୋଇମେଟଲା ସରପଞ୍ଚ ମୁନ୍ନା ପଡ଼ିଆମି ଏହି ଘେରାଉ ରେ ସମର୍ଥନ କରିଥିଲେ। ଆଦିବାସୀ ମାନଙ୍କ ଘରେ ପରମ୍ପରା ବା ପୂଜା ପାଇଁ ଅଳ୍ପ ମଦ ରଖିଲେ, ଅବକାରୀ ଅଫିସର ମାନେ ଘରେ ପଶି ତାଙ୍କର ହାଣ୍ଡି କୁ ଭାଙ୍ଗି ଦିଅନ୍ତି ଓ ଆଧାର କାର୍ଡ ର ଫଟୋ ଉଠାଇ ଆଣି ତାଙ୍କ ନାମରେ ମାମଲା ରୁଜୁ କରିଦିଅନ୍ତି। ନିରିହ ଆଦିବାସୀ ଏହାକୁ ନ ବୁଝି କୋର୍ଟ କାଚେରୀ ମାମଲା ରେ ଛନ୍ଦି ହୋଇପଡନ୍ତି। ବିଭିନ୍ନ ସମୟ ରେ ଆଦିବାସୀ ମାନଙ୍କ ଘରେ ମଦ ଜବତ ନ କରି ପାରିଲେ ଖାଲି ଡ୍ରମ ବା ହାଣ୍ଡି କୁ ପାଖରେ ରଖି ଫୋଟ ଉଠାଇ କେସ କରିବା ଭଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ନିରୀହ ଆଦିବାସୀ ମହିଳା। ବିଭିନ୍ନ ସମୟ ଲେଡିଜ ଅଫିସର ନ ଥାଇ ମହିଳାଙ୍କୁ ଟଣାଝିକା କରିବାର ଅଭିଯୋଗ କରିଥିଲେ କୋଇମେଟଲା ଏକ ମହିଳା।ଏହି ଅଭିଯୋଗ କୁ ପଚାରିଲା ପରେ ଓ.ଆଇ.ସି କାଲିମେଳା ଅବକାରୀ ଥାନା ଇନଚାର୍ଜ ଦିପକ ସାମଲ ଖଣ୍ଡନ କରିଛନ୍ତି । ଏହି ଘେରାଉ ସମୟ ରେ କାଲିମେଳା ଥାନା ର ପୋଲିସ ଓ ଅବକାରୀ ବିଭାଗ ର ଡି.ଏସ.ଇ ଦୂଶାଶନ ନାୟକ, ଇନ୍ସପେକ୍ଟର ସନ୍ତୋଷ ଭୋଲ, ମୋବାଇଲ ସ୍କଟ ଆଶିଷ ନାୟକ ଓ ଅନ୍ୟ ମାନେ ଉପସ୍ଥିତ ରହି ମହିଳା ମାନଙ୍କୁ ବୁଝାଇ ଥିଲେ ଓ ଭୁଲ ହେଲା ବୋଲି ସ୍ବୀକାର କରିଥିଲାବେଳେ ପରବର୍ତ୍ତୀ ସମୟ ଏମିତି ପରିସ୍ଥିତି ହେବ ନାହିଁ ବୋଲି ମହିଳା ମାନଙ୍କୁ ବୁଝାସୁଝା କରିଥିଲେ।

Leave A Reply

Your email address will not be published.

6 + ten =