କୁମ୍ଭକାରଙ୍କ ଘରେ ୧୫ ଲକ୍ଷର କୁଡୁଆ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ହେବ ଓ ପୁରୀରେ ପୁଣି ମହାପ୍ରସାଦ ଚାହିଦା ବଢ଼ିବ । କୁଡୁଆ ତାର ପୂର୍ବ ରାଜତ୍ୱ ଜାହିର କରିବ । ଏଭଳି ଆଶା ନେଇ ପୁରୀରେ କୁମ୍ଭକାରମାନେ ଶାଳ ସଜାଡ଼ି ଥିଲେ । ପାଖପାଖି ୧୬ ଲକ୍ଷ ଟଙ୍କାର କୁଡୁଆ (୨୨ ଶହ ବେତା) ପ୍ରସ୍ତୁତ କରିଥିଲେ । ରଥଯାତ୍ରା ଅନୁମତି ମିଳିଲା । କିନ୍ତୁ ବିନା ଭକ୍ତରେ ହେଲା ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାବେଳେ ମାତ୍ର ୨୦୦ ବେତା ବିକ୍ରି ହେଲା । ବାକି ୨୦୦୦ ବେତାର କୁଡୁଆ ରହିଗଲା । ଏହି କାରଣରୁ ଆଗାମୀ ଦିନରେ ୪ ବସତିର ୪୮୦ ଚକ ପୁଣି ଥରେ ଘୂରିବ, ୨୭୬ ଭାଟି ଜଳିବ ଏହି ଆଶା କୁମ୍ଭାକାର ଛାଡ଼ି ଦେଇଛନ୍ତି । କୁମ୍ଭାରପଡାର ୮୫ ବର୍ଷ ବୟସ୍କ ନକୁଳ ବିଶୋଇ କହନ୍ତି ୪ଟି ବସତିର ୨୭୬ ଭାଟିଥିଲୁ । ପ୍ରଭୁଙ୍କ ରଥଯାତ୍ରାରେ କୁଡୁଆ ବେପାରରୁ ଦି’ ପିଇସା ମିଳିବ ବୋଲି ଆଶା କରିଥିଲୁ । କିନ୍ତୁ ସବୁ ଓଲଟା ହୋଇଗଲା । ବିନା ଭକ୍ତରେ ରଥଯାତ୍ରା ହେଲା, ଆମ ଉପାର୍ଜନ ବୁଡ଼ିଗଲା । ଚକ ବୁଲିବ, ଭାଟି ଜଳିବ ଆଉ ଭରସା ପାଉନୁ । ସରକାର ବି ନିରବ ରହିଛନ୍ତି । କୁମ୍ଭକାର ଦୁର୍ଦ୍ଧଶା ଭୋଗୁଛନ୍ତି । କରୋନା ଭୟଠାରୁ ବଳି ପଡ଼ିଛି ପେଟର ଭୋକ । ଗରିବ କୁମ୍ଭକାରଙ୍କ କରୋନା ପୀଡ଼ା ଅସମ୍ଭାଳ ହେବାରେ ଲାଗିଛି । କୁଡୁଆ ବେପାରକୁ କରୋନା ଲକ୍ଡାଉନ୍ ମାରି ଦେଇଛି । ଚାରି ବସତିର ୧୮୭ କୁମ୍ଭାକାର ପରିବାର ଉପାର୍ଜନଶୂନ୍ୟ ହୋଇଯାଇଛନ୍ତି । ନିଯୋଗ କହିଛି, ଶ୍ରୀମନ୍ଦିରକୁ ଦର୍ଶନାର୍ଥୀ ପ୍ରବେଶ ବନ୍ଦ ଦିନରୁ କୁମ୍ଭକାରଙ୍କୁ ଦୁର୍ଦ୍ଧିନର ସାମ୍ନା କରିବାକୁ ପଡ଼ୁଛି । ଶ୍ରୀମନ୍ଦିର ଆସୁଥିଲେ । ମହାପ୍ରସାଦ ପାଉଥିଲେ । କୁମ୍ଭକାରମାନେ କୁଶଳୀ କାରିଗର । ପ୍ରାଶାସନିକ ସହାୟତାର ହାତ ଏମାନଙ୍କ ପାଖକୁ ପହଂଚ ନାହିଁ । ବିଭିନ୍ନ ବର୍ଗର ଖଟିଖିଆଙ୍କ ପାଇଁ ସରକାର କରୋନା ଲକ୍ଡାଉନ୍ ସହାୟତା ଦେଉଛନ୍ତି । କୁମ୍ଭକାର ଏହି ତାଲିକାରୁ ବାଦ୍ ପଡ଼ି ଯାଇଛନ୍ତି । ରଥଯାତ୍ରା ପାଇଁ ଆମେ ୨୨ ଶହ ବେତା କୁଡୁଆ ପ୍ରସ୍ତୁତ କରିଥିଲୁ । ଏଥିରୁ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ମାତ୍ର ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର କୁଡୁଆ ବିକ୍ରି ହେଲା । ବାକି ଶାଳରେ ଗଦା ହୋଇଛି । ପ୍ରତି ବେତାରେ ୧୬ଟି ଦାସିଆ କୁଡୁଆ, ୨୪ଟି ଏମାର କୁଡୁଆ, ୩୪ଟି ବଡ଼ମଠ, ୪୦ଟି ସାନମାଠ, ୬୦ଟି ନମ୍ବରୀ, ୮୦ଟି ଢ଼ଳା, ୧୦୦ଟି ଭାତ କୁଡୁଆ ଦିଆଯାଉଛି । କୁମ୍ଭାକାର ସଂଗଠନର ଯୁବ ସଂଗଠନ ମହେନ୍ଦ୍ର ବିଶୋୟୀ କହିଛନ୍ତି, ୧୮୭ ପରିବାର ଏହି କୁଡୁଆ ବେପାରରୁ ଜୀବିକାର୍ଜନ କରୁଛନ୍ତି । ସରକାର ନିର୍ମାଣ ଶ୍ରମିକ, ଅଣସଙ୍ଗଠିତ ଶ୍ରୀମିକଙ୍କୁ ବିଭିନ୍ନ ସହାୟତା ଦେଉଛନ୍ତି । ଏକ ବିଲୁପ୍ତ ପ୍ରାୟ ହାଣ୍ଡି ନିର୍ମାଣ କଳାରେ ନିୟୋଜିତ କୁଶଳୀ କୁମ୍ଭକାରଙ୍କୁ କେହି ବିଚାର ନ କରିବା ଦୁଃଖଦାୟକ ।

Leave A Reply

Your email address will not be published.

eight + 14 =