କୁମ୍ଭୀର ଟାଣିନେଲା ଯୁବକଙ୍କୁ

ରାଜନଗର: କେନ୍ଦ୍ରପଡ଼ା ଜିଲ୍ଳା ରାଜନଗର ବ୍ଲକ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାଉଁଶଗଡ଼ ନଦୀରେ ମଙ୍ଗଳବାର ଜଣେ ଯୁବକଙ୍କୁ କୁମ୍ଭୀର ଟାଣିନେଇ ମାରିଦେଇଛି । ହାତଗୋଡ଼ ନ ଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସାତଭାୟୀ ଗ୍ରାମର ରଞ୍ଜନ ମହାନ୍ତି (୩୫) । ରଞ୍ଜନ ଓ ତାଙ୍କ ଭାଇ ବାସୁଆ ମହାନ୍ତି ୬୦ରୁ ଉଦ୍ଧ୍ୱର୍ ମଇଁଷିକୁ ନଦୀରେ ଓକିଲପାଳ ପଟୁ ପାର କରାଉଥିଲେ । ଦୁଇ ଭାଇ ପୃଥିକ୍ ଭାବେ ୩୦ଟି ଳେଖାଏ ମଇଁଷି ସହ ନଦୀ ଅତିକ୍ରମ କରୁଥିଲେ । ବଡଭାଇ ବାସୁଆ ପ୍ରଥମେ ମଇଁଷିକୁ ପାର କରାଇ ନିଜେ ଉଙ୍ଗାରେ ଆସୁଥିଲେ । ସେ ନଈ ମଝିରେ ହୋଇଥିବା ବେଳେ ରଞ୍ଜନ ମଇଁଷି ସହ ଘାଟି ନିକଟରେ ପହଂଚିଥିଲେ । କୂଳଠାରୁ ଅଳ୍ପ ବାଟ ଯିବା ପରେ ହାଠାତ୍ ଏକ ବିରାଟକାୟ କୁମ୍ଭୀର ଝାମ୍ପ ମାରି ରଞ୍ଜନଙ୍କୁ ଟାଣି ନେଇଥିଲା । ବାସୁଆଙ୍କଠାରୁ ଖବର ପାଇ ଫରେଷ୍ଟର ପଦ୍ମନାଇ ରାଉତ, ପ୍ରଦୀପ ସ୍ୱାଇଁ, ମହନ୍ତ ମଲ୍ଲିକ ପ୍ରମୁଖ ଦୁଇଟି ବୋଟ୍ ଯୋଗେ ନଈରେ ଖୋଜାଖୋଜି କରିଥିଲେ । ଦୀର୍ଘ ୫ ଘଂଟା ପରେ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.

twelve − 1 =