କୁଲଡିହା: ମାଈ ହାତୀର ମୃତ୍ୟୁ


ନୀଳଗିରି,: ବାଲେଶ୍ୱର ଜିଲ୍ଲାର ନୀଳଗିରି ସ୍ଥିତ କୁଲଡିହା ଅଭୟାଣ୍ୟରେ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । କୁଲାଡିହା-୨ ବିଟ ଅଧିନ ମୁଖଚତୁରୀ ପାଶ୍ୱର୍ସ୍ଥ ଏକ ନାଳ ନିକଟରେ ହାତୀଟି ମରି ପଡିଥିବା ଦେଖି ଗୁରୁବାର ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀମାନେ ବିଭାଗକୁ ଅବଗତ କରିଥିଲେ । ଖବରପାଇ ବାରିପଦା ଆରସିସିଏଫ ୱାଇ ଯୋଗାନନ୍ଦ, ଶିମିଳିପାଳ ଉପନିର୍ଦେଶକ ଯଜ୍ଞଦତ ପତି, ଡା.ପୀୟୂଷ ସୋରେନ, ଡା. ବିଶାଖା, ନୀଳଗିରି ବିଭିଓ ଡା. ତପନ ଦ୍ୱିବେଦୀ, ବାଲେଶ୍ୱର ଏସିଏଫଓ ଶରତ ଚନ୍ଦ୍ର ବେହେରା, ସମୀର ସାହୁ, ତପନ ପରିଡ଼ା, କୁଲଡିହା ରେଞ୍ଜର ବିଜୟ ମହାପାତ୍ର, ଫରେଷ୍ଟର ଉମାକାନ୍ତ ଜେନା, ନରେଶ ସିଂ ପ୍ରମୁଖ ସେଠାରେ ପହଂଚି ଅନୁଧ୍ୟାନ କରିଛନ୍ତି । ମାଈ ହାତୀଟି ପାଣି ପିଇବାକୁ ଉକ୍ତ ନାଳ ପାଖକୁ ଯାଇ ଥାଇପାରେ ଏବଂ ବୟସ ଅଧିକ ହୋଇଥିବା ଯୋଗୁଁ ଗୋଡ ଖସି ସେଠାରେ ମୃତ୍ୟୁ ଘଟି ଥାଇପାରେ ବୋଲି କୁହାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ହାତୀଟିକୁ ଜଙ୍ଗଲରେ ପୋଡି ଦିଆଯାଇଛି ।

Leave A Reply

Your email address will not be published.

2 × 3 =