କୂଅ ଭିତରକୁ ଯାଇ ୨ ଭାଇ ମୃତ

ଭଞ୍ଜନଗର, ୭.୬(ନି.ପ୍ର.): ଗଞ୍ଜାମ ଜିଲ୍ଳାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଗ୍ରାମରେ ଶନିବାର ଅପରାହ୍ନରେ କୂଅ ସଫା କରିବାକୁ ଭିତରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଭାଇ ଟୁକୁନା ପ୍ରଧାନ (ପ୍ରଦୀପ, ୩୬) ଓ କୈଳାସ ପ୍ରଧାନ (୪୮)ଙ୍କ ମୃତ ଘଟିଛି । ସେମାନଙ୍କ ସହ କୂଅ ଭିତରକୁ ଯାଇଥିବା ପୁତୁରା ବାବୁ ପ୍ରଧାନ (୨୨) ଗୁରୁତର ହୋଇଛନ୍ତି । ଗ୍ରାମବାସୀ ସେମାନଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତି କରିଥିଲେ ହେଁ ଡାକ୍ତର ଟୁକୁନା ଓ କୈଳାସଙ୍କୁ ମୃତ ଘୋଷଣା କରିଥିଲେ । ବାବୁଙ୍କୁ ଭଞ୍ଜନଗର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଏମ୍କେସିକି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

4 × 2 =