କୃଷି ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ କଲେ କୃଷି ସଚିବ ଡ଼କ୍ଟର ଅରବିନ୍ଦ ପାଢ଼ୀ

ନବରଙ୍ଗପୁର : ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲାର କୃଷି ପ୍ରାଣ କେନ୍ଦ୍ର ଉମରକୋଟ ଠାରେ ଜ଼ିଲ୍ଲା ର କୃଷକ ଙ୍କ କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ କୃଷି ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଏଗ୍ରିକଲଚର ଏଣ୍ଡ ଏଫ. ଇ,ହେଣ୍ଡଲୁମ, ଟେକ୍ସଟାଇଲ ଏଣ୍ଡ ହେଣ୍ଡିକ୍ରାଫ୍ଟସ ର ପ୍ରିନ୍ସପାଲ ସେକ୍ରେଟାରୀ ଡ଼କ୍ଟର ଅରବିନ୍ଦ ପାଢ଼ୀ ଯୋଗଦେଇ ଉଦଘାଟନ କରିଥିଲେ l ପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆୟୋଜିତ ବିଭିନ୍ନ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଏବଂ ବିଭିନ୍ନ କିସମ ବିହନର ଷ୍ଟଲ ବୁଲି ଦେଖିଥିଲେ l ଏଥିସହ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ତତ୍ପର ଅଛନ୍ତି ବୋଲି ନିଜ ଅଭିଭାଷଣରେ କହିଛନ୍ତି l ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା କୃଷକ ମାନେ ଅଧିକ ଲାଭବାନ ହୋଇ ପାରିବେ ବୋଲି ସଚିବ ଶ୍ରୀଯୁକ୍ତ ପାଢ଼ୀ କୃଷକ ମାନଙ୍କୁ କହିବା ସହ କଳିଙ୍ଗ ରାଜ ମକା ବିହନ ନିଶ୍ଚିତ ବ୍ୟବହାର କରନ୍ତୁ ବୋଲି କହିଥିଲେ l ସେହିଭଳି ସମ୍ମାନିତ ଅତିଥି ଭାବେ ଓୟୁଏଟି ର ଭାଇସ ଚାନସେଲର ପ୍ରଫେସର ପ୍ରଭାତ କୁମାର ରାହୁଳ, ନବରଙ୍ଗପୁର ଜ଼ିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର,ନବରଙ୍ଗପୁର ଜ଼ିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ ଅନ୍ୟା ଦାଶ,ଡିନ ଅଫ ରିସର୍ଚ୍ଚ ଓୟୁଏଟି ପ୍ରଫେସର ଡ଼କ୍ଟର ସଂଗ୍ରାମ କେଶରୀ ସ୍ୱାଇଁ,ଡିନ ଏକ୍ସଟନସନ ଏଜ୍ୟୁକେଶନ ଓୟୁଏଟି ପ୍ରସନ ଜିତ ମିଶ୍ର ପ୍ରମୁଖ ଯୋଗଦେଇ ନବରଙ୍ଗପୁର ଜ଼ିଲ୍ଲାରେ କୃଷିର ଉନ୍ନତି ସହ ନବରଙ୍ଗପୁର ଜ଼ିଲ୍ଲାକୁ ରାଜ୍ୟରେ ୧ ନମ୍ବର କୃଷି ଜ଼ିଲ୍ଲା ଭାବେ ପରିଗଣିତ କରିବାକୁ ଆହ୍ୱାନ ଦେଇଥିଲେ l ନବରଙ୍ଗପୁର ଜ଼ିଲ୍ଲା ମକା ଉତ୍ପାଦନ ପାଇଁ ସମଗ୍ର ଏସିଆ ମହାଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ, କଳିଙ୍ଗ ରାଜ ମକା ବିହନ ବ୍ୟବହାର କଲେ ଆହୁରି ଅଧିକ ଅମଳ ହେବ ବୋଲି ଅତିଥି ମାନେ କୃଷକମାନଙ୍କୁ ଅବଗତ କରାଇବା ସହ ମାଗଣାରେ କଳିଙ୍ଗ ରାଜ ବିହନ ମଧ୍ୟ ବିତରଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶହେ ରୁ ଉର୍ଦ୍ଧ ବଚ୍ଛା ବଛା ଚାଷୀ ଯୋଗଦେଇ ଅତ୍ୟାଧୁନିକ ଯନ୍ତ୍ରପାତି ର ଲାଇଭ ଡେମୋ ଦେଖିଥିଲେ l ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ କେ ଭି କେ ଓ ଆଇ ସି ଆର. ଆର. ଟି. ଟି.ଉମରକୋଟ ଡ଼କ୍ଟର ବିମାନ ରଞ୍ଜନ ବେହେରା, କେ ଭି କେ ସିନିୟର ସାଇଣ୍ଟିଷ୍ଟ ଓ ମୁଖ୍ୟ ଡ଼କ୍ଟର ଗୋବିନ୍ଦ ଚନ୍ଦ୍ର ସାହୁ, କେ ଭି କେ କ୍ଷେତ୍ର ବିଜ୍ଞାନୀ ଡ଼କ୍ଟର ପରିତୋଷ ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ l

Leave A Reply

Your email address will not be published.

twenty − three =