କେନ୍ଦୁଝର ଜିଲ୍ଲାରେ ୧୬୫ ଡାକ୍ତର ପଦବି ଖାଲି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି । ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳର ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବାଧ୍ୟ ହୋଇ ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ର୍ନିଭର କରି ଅକାଳରେ ପ୍ରାଣ ହରାଉଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକ୍ ରହିଛି । ଲୋକସଂଖ୍ୟା ପ୍ରାୟ ୨୦ ଲକ୍ଷ । ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୩୬୩ଜଣ ଡାକ୍ତର ଆବଶ୍ୟକ । କିନ୍ତୁ ବର୍ତ୍ତମାନ ମାତ୍ର ୧୯୮ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ସେଥିରୁ ୪୮ଜଣ ଡାକ୍ତରଙ୍କୁ ଡିଏମ୍ଏଫ୍ରୁ ନିଯୁକ୍ତି ଦିଆଯାଇଛି । ସରକାରଙ୍କପକ୍ଷରୁ ଜିଲ୍ଲାରେ ମାତ୍ର ୧୫୦ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଆହୁରି ୧୬୫ଟି ଡାକ୍ତର ପଦବି ଖାଲିପଡ଼ିଛି । ବହୁ ବିଶେଷଜ୍ଞ ପଦବି ଖାଲି ପଡ଼ିଥିବାରୁ ସାମାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ନଚେତ କଟକ ସ୍ଥାନାନ୍ତର କରାଯାଉଛି ।କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୭ଟି ଡାକ୍ତର ପଦବି ଥିବାବେଳେ ୩୩ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଏସ୍ଏନ୍ସିୟୁରେ ୪ଟି ଡାକ୍ତର ପଦବି ଖାଲିପଡ଼ିଛି । ଦୁଇଜଣ ଡାକ୍ତର ଏଠାରେ କାର୍ଯ୍ୟ କରୁଛନ୍ତି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଷ୍ଟ ରେଫରାଲ ୟୁନିଟ୍?ରେ ୧୦ଟି ଡାକ୍ତର ପଦବି ଖାଲି ପଡ଼ିଛି । ଜେଲ୍ ମେଡିକାଲ ଅଫିସର ପଦବି ଖାଲି ଥିବାବେଳେ ଏଠାରେ କେ?ଣସି ଡାକ୍ତର ନାହାନ୍ତି । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ୧୮ଟି ଡାକ୍ତର ପଦବି ରହିଛି । ଏଠାରେ ୧୪ଜଣ ଡାକ୍ତର ଅଛନ୍ତି । ୪ଟି ଡାକ୍ତର ପଦବି ଖାଲିପଡ଼ିଛି । ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ୧୮ଟିରୁ ୬ଟି ଡାକ୍ତର ପଦବି ଖାଲିପଡ଼ିଛି । ଏଠାରେ ୧୨ଜଣ ଡାକ୍ତର ଅଛନ୍ତି । ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନରେ ଥିବା ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୮ଜଣ ଡାକ୍ତରଙ୍କ ସ୍ଥାନରେ ୧୦ଜଣ ଡାକ୍ତର ଅଛନ୍ତି । ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଜଣଙ୍କ ସ୍ଥାନରେ ମାତ୍ର ୫ ଜଣ ଡାକ୍ତର ଅଛନ୍ତି । ୧୨ଟି ଡାକ୍ତର ପଦବି ଖାଲିପଡ଼ିଛି । ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୫ଜଣ ଡାକ୍ତରଙ୍କ ସ୍ଥାନରେ ୯ଜଣ ଅଛନ୍ତି । ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ଜଣଙ୍କ ସ୍ଥାନରେ ୯ଜଣ ଡାକ୍ତର ଅଛନ୍ତି ।ସେହିପରି ବାଂଶପାଳ ବ୍ଲକ୍ରେ ମଧ୍ୟ ଡାକ୍ତର ଅଭାବ ରହିଛି । ଏଠାରେ ଲୋକେ ଡାକ୍ତରୀ ଚିକିତ୍ସା ଅପେକ୍ଷା ଝଡ଼ାଫୁଙ୍କା, ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ବିଶ୍ୱାସ କରିଥାନ୍ତି । ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୫ଜଣ ଅଛନ୍ତି । ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୬ଜଣ, ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ଜଣଙ୍କ ସ୍ଥାନରେ ମାତ୍ର ୪ଜଣ, ଭଗାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଜଣଙ୍କ ସ୍ଥାନରେ ମାତ୍ର ଦୁଇଜଣ ଡାକ୍ତର ଅଛନ୍ତି । ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଜଣଙ୍କ ସ୍ଥାନରେ ୭ଜଣ, ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୩ଜଣଙ୍କ ସ୍ଥାନରେ ମାତ୍ର ୪ଜଣ ଏବଂ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ମାତ୍ର ଡାକ୍ତର ପଦବି ଖାଲିପଡ଼ିଛି ।

Leave A Reply

Your email address will not be published.

19 − eighteen =