କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିନିଧି ଦଳଙ୍କ ଚମ୍ପୁଆ ପରିଦର୍ଶନ

ଚମ୍ପୁଆ : ଚମ୍ପୁଆ ସଦର ମହକୁମାରେ ପ୍ରସ୍ଥାବିତ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଆଶା ଉଜ୍ଜିବିତ ହୋଇଛି । ଏହି ଦଳ ବିଭିନ୍ନ ଦିଗ ପ୍ରତି ତଦାରଖ କରିବା ପରେ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ଶ୍ରେଣୀ ଗୃହ ପ୍ରାୟ ୧୯ ଗୋଟି କକ୍ଷ ପରିଦର୍ଶନ କରିଥିଲେ । ଏ ସମନ୍ଧରେ କେନ୍ଦ୍ରୀୟ ବିଦ୍ୟାଳୟର ଏକ ପ୍ରତିନିଧି ଦଳ ଚମ୍ପୁଆଠାରେ ପ୍ରସ୍ଥାବିତ ସ୍ଥାନ ନିରୀକ୍ଷଣ କରିବା ସହିତ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ଅସ୍ଥାୟୀ ଭାବେ ଖୋଲାଯିବାକୁ ଥିବା ଏହି ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀ ଗୃହ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦୀର୍ଘ ଦିନରୁ ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଜମିର କିସମ ପରିବର୍ତନ ପ୍ରତିବନ୍ଧକ ଲାଗିରହିଥିବା ବେଳେ ସ୍ଥାନୀୟ ପ୍ରଶାସନର ପ୍ରଚେଷ୍ଠାରେ ଏହାର କିସମ ପରିବର୍ତନ କରାଯାଇପାରିଛି ଏବଂ ଏହା ଡି.ଏଲ.ସିରେ ଅନୁମୋଦନ ପାଇବା ପରେ ଗଣ ଶିକ୍ଷା ବିଭାଗ, ଜଙ୍ଗଲ ବିଭାଗ ଓ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ଅବଗତ କରାଯାଇଥିଲା । ଉକ୍ତ ରିପୋର୍ଟକୁ ଆଧାର କରି କେଭି ସଙ୍ଗଠନର ଏକ ଟିମ୍ ପରିଦର୍ଶନ କରିଛି । ଏହି ଟିମ୍ରରେ କେନ୍ଦ୍ରୀୟ ବିଦ୍ୟାଳୟ ମଣ୍ଡଳୀର ଅଧ୍ୟକ୍ଷ ଏ.କେ. ସିତ୍, ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଏ.କେ ମିଶ୍ର, କେନ୍ଦୁଝର କେନ୍ଦ୍ର ବିଦ୍ୟାଳୟର ଏସ.କେ ସେଠୀ, ସି.ପି.ଡବ୍ଲୂ୍ୟ.ଡି ଇଞ୍ଜିନିୟର ବିଜୟ କୁମାର ସୋରେନ ପ୍ରମୁଖ ତଦାରଖ କରିଥିବା ବେଳେ ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝି, ତହସିଲଦାର ଡଃ ସାଇ ସସ୍ମିତା ହୋତା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାୟକ,ଚମ୍ପୁଆ ବିକାଶ ପରିଷଦର ଧନୁର୍ଯ୍ୟୟ ଲାଗୁରୀ, ବିଦ୍ୟାଧର ମହାନ୍ତ, ସାନ୍ତନୁ ଦାସ, ମୁସଲିମ ଅଖତର ପ୍ରମୁଖ ସହଯୋଗ କରିଥିଲେ । ତେବେ ଚଳିତ ବର୍ଷ ବିଦ୍ୟାଳୟରେ ନାମ ଲେଖା ଯିବ କି ନାହିଁ ସେ ନେଇ ସନ୍ଦିହାନ ସୃଷ୍ଟି ହୋଇଛି । ତେବେ ଯଦି ନାମ ଲେଖାଯାଏ ତେବେ ପ୍ରଥମ ଦଫାରେ ପଂଚମ ଶ୍ରେଣି ଯାଏଁ ଏବଂ ପର୍ଯ୍ୟାୟ କ୍ରମେ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲାଯିବ ବୋଲି ସୂଚନା ମିଳିଛି । 

Leave A Reply

Your email address will not be published.

4 × 1 =