ଭୁବନେଶ୍ୱର: ରାଜ୍ୟକୁ ବକେୟା ଖାଦ୍ୟ ସବସିଡି ପ୍ରଦାନ କରିବା, ବଳକା ଚାଉଳ କ୍ରୟ କରିବା ଏବଂ ଅଖା ଅଭାବ ଦୂର କରିବାକୁ ବିଜେଡି ଦାବି କରିଛି । ବିଜେଡି ସାଂସଦମାନେ ମଙ୍ଗଳବାର କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।