ଚମ୍ପୁଆ: କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ସିଵିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଵିଏସଇ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ସିଵିଏସଇ ଭୁବନେଶ୍ବର ସର୍କଲ ଅଧିନରେ ଥିବା ବିଭିନ୍ନ ସ୍କୁଲର ଟପର ମାନଙ୍କୁ ସହୋଦୟ ପୂର୍ବାଞ୍ଚଳ ଓଡିଶା ଚାପଟର ତରଫରୁ ୧୯.୫.୨୫ ଦିନ ବାରବାଟି ଷ୍ଟାଡିୟମ ପରିସରରେ ଥିବା ଓଡିଶା କ୍ରିକେଟ ଆସୋସିଏସନ୍ ର କନଫରେନ୍ସ ହଲରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ମେଧା ପ୍ରତିଭା ସମ୍ବର୍ଦ୍ଧନା ସଭାରେ ସିଵିଏସଇ ଭୁବନେଶ୍ବର ସର୍କଲର ସଭାପତି ଡ଼ଃ.ପ୍ରଦୀପ ତ୍ରିପାଠୀ,ଉପ-ସଭାପତି-ଶ୍ରୀମତି ଦେବସ୍ମିତା ସାହୁ , ସମ୍ପାଦକ-ଡଃ.ଅଭିରାମ ସାହୁ ଏବଂ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଭାରତୀ ପ୍ରମୁଖ କେମସ୍ ଚମ୍ପୁଆ ର ଦଶମ ଶ୍ରେଣୀ ଟପର ଅଦିତି ପ୍ରିୟଦର୍ଶିନୀ,ଦ୍ଵାଦଶ ବିଜ୍ଞାନ ର ଟପର ଛାତ୍ରୀ ଦେବଶ୍ରୀ ଦୀପାଶିଖା ମହାନ୍ତ, ଏବଂ ବାଣିଜ୍ୟ ବିଭାଗର ଛାତ୍ର ରୋନିତ ସାହୁଙ୍କୁ ସମ୍ବର୍ଦ୍ଧନା କରିବା ସହ ଅତିଥି ମାନଙ୍କ ଠାରୁ ଉପଢୌକନ , ମାନପତ୍ର ଓ ଆର୍ଥିକ ସହାୟତା ରାଶି ଗ୍ରହଣ କରିଥିଲେ । ଅତିଥି ଗଣ ଟପର ମାନଙ୍କୁ ଜୀବନର ପ୍ରତ୍ୟେକ ପାହଚରେ ଏ-୧ଟପର ହେବାକୁ ପରାମର୍ଶ ଦେଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଠାରେ ସ୍ମରଣଯୋଗ୍ୟ କି ଚମ୍ପୁଆ ଭଳି ଏକ ଉପାନ୍ତ ଅଞ୍ଚଳରେ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଭିତ୍ତିଭୂମି, ଶିକ୍ଷା କ୍ଷେତ୍ରରେ ନବୀନ ପ୍ରକ୍ରିୟା, ଉଚ୍ଚକୋଟୀର ଶିକ୍ଷା ଵ୍ୟଵସ୍ଥା,ସହ ଶିକ୍ଷା ପାଠ୍ୟକ୍ରମ,ମନୋଲୋଭା ପରିବେଶ ଏବଂ ଅଭିଭାବକ ଙ୍କ ସନ୍ତୁଷ୍ଟି ଇତ୍ୟାଦିକୁ ନେଇ ଏ ଅନୁଷ୍ଠାନର ଶତପ୍ରତିଶତ ସଫଳତା ହାର ନିରବଚ୍ଛିନ୍ନ ଭାବେ ରହିଆସୁଛି । ଫଳରେ କେବଳ ଏ ଅଞ୍ଚଳ ନୁହଁ ଅଧିକନ୍ତୁ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି । ଏହି ରାଜ୍ୟସ୍ତରୀୟ ମେଧା ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ନିଜ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତାରେ ଉତଫୁଲିତ ହୋଇ ଅନୁଷ୍ଠାନର ଚେୟାରମେନ ଡ଼ଃ.ରାଜମୋହନ ପି.ଏସ, ସମ୍ପାଦିକା ଉମା ରାଜମୋହନ, ଅଧ୍ୟକ୍ଷ, ଅଧ୍ୟାପକ ,ଷ୍ଟାଫ୍ ମାନେ ଆଗାମୀ ଦିନରେ ଏ ଅନୁଷ୍ଠାନକୁ ରାଜ୍ୟର ଏକ ଅଗ୍ରଗାମୀ ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଵାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ।