କୋଭିଡକୁ ନେଇ ଯୁବ ବିଜେଡିର ଭିଡିଓ କନଫରେନ୍ସିଂରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଯୁବ ଜନତା ଦଳ ତରଫରୁ ମହାମାରୀ କୋଭିଡ୍ ୧୯ ବିପତିକୁ ନେଇ ସମସ୍ତ ଯୁବ ବିଜେଡି ଜିଲ୍ଲା ସଭାପତିମାନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ଡଃ. ଅମର ପଟ୍ଟନାୟକ ଯୋଗଦେଇଥିଲେ । ମୁଖ୍ୟ ଆକର୍ଷଣ ଭାବେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଯୁବ ବ୍ୟାପର ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ଅତିଥି ଭାବେ ସାଧାରଣ ସମ୍ପାଦକ ଛାତ୍ରବ୍ୟାପାର ବ୍ୟେମକେଶ ରାୟ ଯୋଗଦେଇଥିଲେ । ଆଇଟି ଓ ଇଟି ଏବଂ ଯୁବ ବିଜେଡି ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ରଞ୍ଜିତ ମହାପାତ୍ର, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି, ମହାସଚିବ ଶିଶିର ପରିଜା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକରେ କୋଭିଡ୍ ସମୟରେ ଯୁବଜନତାର ଭୂମିକା ଓ ଏଥିସହ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯୁବବିଜେଡି ଜିଲ୍ଲା ସଭାପତି ଓ ଜିଲ୍ଲା କର୍ମକର୍ତା ନିରବଚ୍ଛିନ୍ନ ଭାବେ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା ଓ ଆଗାମୀ ଦିନ ପାଇଁ ସ୍ଥିରୀକୃତ ହୋଇଥିଲା ।
ନୂତନ ଭାବେ ଦାୟିତ୍ୱ ନେଇଥିବା ଦଳର ସାଧାରଣ ସମ୍ପାଦକ ଯୁବବ୍ୟାପାର ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକୁ ପାଥେୟ କରି ସମସ୍ତ ପ୍ରସ୍ତାବ ଓ କାର୍ଯ୍ୟପନ୍ଥାକୁ ବର୍ତମାନର ଜଟିଳ ପରିସ୍ଥିତିରେ ନୂତନ ଜ୍ଞାନକୌଶଳକୁ ବିନିଯୋଗ କରି ସମ୍ପାଦନ କରିବା ସହ ସଙ୍ଗଠନକୁ ଲୋକାଭିମୁଖୀ ଭାବେ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଡଃ. ଅମର ପଟ୍ଟନାୟକ ପ୍ଲାଜମା ଦାନ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ, ସେହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ କି କିଭଳି ଭାବେ ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମିତ ଓ ତାଙ୍କର ପରିବାର ସମାଜରେ ବାସନ୍ଦ ଓ ନିନ୍ଦିତ ପରିସ୍ଥିତିର ସାମ୍ନା କରୁଛନ୍ତି । ଏଣୁ ଆଗାମୀ ଦିନରେ ସେମାନଙ୍କୁ ଦୁଇଟି ଜୀବନ ବଂଚାଇବା ପାଇଁ ପ୍ଲାଜମା ଦାନ ପ୍ରତି କରିବା ସହ ସମ୍ମାନିତ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଓ ମୁଖ୍ୟ ଅତିଥି ଏହି ସଚେତନତା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ କିଭଳି ଭାବେ ସଫଳ କରାଯିବ ତାର ଦାୟିତ୍ୱ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ “ପ୍ରତିଟି ଜୀବନ ମୂଲ୍ୟବାନ” ପ୍ରରିପ୍ରେକ୍ଷୀରେ ପ୍ଲାଜମା ଦାନ ଓ ‘ମୋ ପରିବାର’ ଆନୁକୂଲ୍ୟରେ କ୍ରାନ୍ତି ଦିବସଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ହେବାକୁ ଥିବା ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟସଭାପତି ଆହ୍ୱାନ ଦେଇଥିଲେ । ଜିଲ୍ଲା ସଭାପତିଙ୍କ ଦ୍ୱାରା ବ୍ଲକ୍ ଓ ପଂଚାୟତ ସ୍ତରୀୟ ସମୀକ୍ଷା ବୈଠକ ଭିଡିଓ ବନଫରେନ୍ସି ମାଧ୍ୟମରେ ପରବର୍ତି ସମୟରେ ମଧ୍ୟ ଜାରି ରହିବ । ଏହି କାଯ୍ରକ୍ରମକୁ ପରିଚାଳନା କରିଥିଲେ ଯୁବବିଜେଡି ସମ୍ପାଦକ ତଥା ରାଜ୍ୟ ଆଇଟି ସଂଯୋଜକ ତାରିଣୀ ପ୍ରସାଦ ନାୟକ ।

Leave A Reply

Your email address will not be published.

20 + ten =