ଅନୁଗୋଳ ଜିଲ୍ଲାରୁ ୨୩ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୮ ଓ ମୋଟ ପଜିଟିଭ ସଂଖ୍ୟା ୪୧୮

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୧୮ରେ ପହଂଚିଲା । ୨୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଂଚଳରୁ ସର୍ବାଧିକ ୧୦ଜଣ, ଅନୁଗୋଳ ବ୍ଲକ ଅଂଚଳରୁ ୫ଜଣ, ତାଳଚେର ବ୍ଲକ ଅଂଚଳରୁ ୩ଜଣ, ପାଲଲହଡା ବ୍ଳକ ଅଂଚଳରୁ ୨ଜଣ, ଅନୁଗୋଳ ପୌରାଂଚଳରୁ ୨ଜଣ ଓ ଜଣେ କିଶୋର ନଗର ବ୍ଲକଅଂଚଳରୁ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୫, ୨୫, ୨୭, ୩୩, ୩୯ ଓ ୫୦ବର୍ଷ ହୋଇଥିବା ବେଳେ ୩ଜଣ ମହିଳାଙ୍କ ବୟସ ୩୦, ୩୦, ୨୦ ଓ ଜଣେ ବାଳକଙ୍କ ବୟସ ୧୩ ବର୍ଷ ଅଟେ । ୩୦ ବର୍ଷିୟା ମହିଳା ଜଜଙ୍କ ଭୁବନେଶ୍ୱରର ଏକ ଘରୋଇ ହସପିଟାରଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ହୋଇଥିବା ଜଣା ପଡିଛି । ଅବଶିଷ୍ଟ ୯ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପରିଟିଭ ହୋଇଛନ୍ତି । ଅନୁଗୋଳ ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୬, ୩୯, ୬୦ ଓ ୭୦ ବର୍ଷ ହୋଇଥିବା ବେଳେ ଜଣେ ପୁରୁଷଙ୍କ ବୟସ ୨୩ବର୍ଷ ଅଟେ । ୨୬, ୩୯, ୬୦ ଓ ୭୦ ବର୍ଷିୟା ମହିଳା ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୦ ବର୍ଷିୟା ମହିଳା ଜଣଙ୍କ ଅନ୍ୟ ଆକା୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୨୩ ବର୍ଷିୟ ପୁରୁଷ ଜଣଙ୍କ ଭୁବନେଶ୍ୱରର ଏକ ସରକାରୀ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପୁରୁଷଙ୍କ ବୟସ ୨୬ ଜଣେ ମହିଳାଙ୍କ ବୟସ ୨୩ ଓ ଜଣେ ଶିଶୁର ବୟସ ୨ବର୍ଷ ଅଟେ । ଏହି ୩ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ପାଲଲହଡା ବ୍ଳକ ଅଂଚଳରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ବର୍ଷିୟ ଓ ଜଣେ ୪୪ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ପୌରାଂଚଳରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ୫୫ବର୍ଷ ଓ ଜଣେ ମହିଳାଙ୍କ ବୟସ ୨୩ ବର୍ଷ ଅଟେ । ପୁରୁଷ ଜଣଙ୍କ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ବେଳେ ମହିଳା ଜଣଙ୍କ ଗଞ୍ଜାମରୁ ଫେରି ପେଡ କ୍ୱାରେନଟାଇନରେ ଥିଲେ । ସେହିପରି କିଶୋର ନଗର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ଜଣେ ୭୦ ବର୍ଷିର୍ର୍ର୍ୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୩୮ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଂଟରକୁ ନିରିକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥହୋଇଥିବା ୨୬୭ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୦୫ରେ ପହଂଚିଲା ।

Leave A Reply

Your email address will not be published.

fifteen + 18 =