କୋଭିଡ୍ ଯୋଦ୍ଧା ସାମ୍ବାଦିକଙ୍କୁ ଟିକା

ଖୋର୍ଦ୍ଧା: କୋଭିଡ୍ ଯୋଦ୍ଧାରେ ସାମିଲ ହୋଇଥିବା ସାମ୍ବାଦିକଙ୍କ ଲାଗି ଖୋର୍ଦ୍ଧାରେ ଶୁକ୍ରବାର ଦିନ ଟିକାକରଣ କରାଯାଇଛି । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଟିକାଦାନ କେନ୍ଦ୍ର ନିକଟରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ସମୁଦାୟ ୪୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଟିକା ନେଇଥିଲେ । ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମକୁ କୋଭିଡ୍ ନିୟମ ଅନୁପାଳନ କରି ସଫଳପ୍ରଦ ସୁଚାରୁରୂପେ କରିବା ପାଇଁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ନିଜେ ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଉପସ୍ଥିତ ସମସ୍ତ କର୍ମଚାରୀ ଓ ସାମ୍ବାଦିକମାନଙ୍କର ସହଯୋଗ କାମନା କରିଥିଲେ । ପରେ ଖୋର୍ଦ୍ଧା ସାମ୍ବାଦିକ ଭବନ ଠାରେ ମଧ୍ୟ ସାମ୍ବାଦିକମାନଙ୍କର କୋଭିଡ୍ ଟିକାକରଣ କରାଯାଇଥିଲା । ଏହି ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ, ସହକାରୀ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରଦ୍ୱିମ୍ନ ମିଶ୍ର, ରଘୁନାଥ ସେଠୀ ଓ କର୍ମଚାରୀ ଉପସ୍ଥିତ ରହି ଟିକାକରଣ କେନ୍ଦ୍ରର ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ । ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧିମାନଙ୍କର ସହଯୋଗରେ ସଫଳତାର ସହ ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମ ହୋଇପାରିଛି ।

Leave A Reply

Your email address will not be published.

10 − 6 =