ଭୁବନେଶ୍ୱର: ସମ୍ବଲପୁର ଘଟଣାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କଲା ପରେ ତାହାର ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର କୋଭିଡ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ଲୋକଙ୍କୁ ଦେଖାଇବା ପାଇଁ କୋଭିଡ କଟକଣାକୁ ଅମାନ୍ୟ କରିଛନ୍ତି । ଗତକାଲି ସେ ଯେଭଳି ଶହେରୁ ଉଧ୍ୱର୍ ସମର୍ଥକଙ୍କ ସହିତ କୋଭିଡ ନିୟମ ଉଲ୍ଲଂଘନ କରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ତାହାକୁ ସମ୍ବଲପୁରର ଜନସାଧାରଣଙ୍କକ ସମେତ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି । ମହାମାରୀ ସମୟରେ ଜଣେ ଲୋକ ପ୍ରତିନିଧି ଭାବେ ଯେଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ଖରପା ଉଦାହରଣ ଯେ ଶ୍ରୀ ମିଶ୍ର କୋଭିଡ ଯୋଦ୍ଧାଙ୍କୁ ଧମକଚମକ ଦେବା ସହିତ ଖରାପ ବ୍ୟବହାର କରୁଛନ୍ତି । ଏପରିକି କୋଭିଡ ମୁକାବିଲାା ସମୟରେ କାର୍ଯ୍ୟ କରୁଥିବା ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ସେ ଧମକ ଦେଇଛନ୍ତି । ଆମେ ସମସ୍ତେ ଏବେ କରୋନା ମହାମାରୀ ସହିତ ଲଢ଼ୁଥିବା ବେଳେ ଜଣେ ଲୋକ ପ୍ରତିନିଧିଙ୍କର ଏହା କି ପ୍ରକାର ବ୍ୟବହାର? ଦିନରାତି କରୋନା ମୁକାବିଲା କରୁଥିବା ଯୋଦ୍ଧାଙ୍କ ମନୋବଳ ଏହା ଦ୍ୱାରା ଭାଙ୍ଗୁ ନାହିଁ କି? ବିଜେପି ବିଧାୟକ ଶ୍ରୀ ମିଶ୍ର ଅତୀତରେ ସରକାରୀ ଅଫିସର ଏପରିକି ତାଙ୍କ ଦଳର ବରିଷ୍ଠ ନେତାଙ୍କୁ ଖରାପ ବ୍ୟବହାର କରିବ । ସଂକ୍ରାନ୍ତରେ ସମ୍ବଲପୁରବାସୀ ବେଶ୍ ଅବଗତ । ହତ୍ୟା ଭଳି ମାମଲାରେ ଜଡିତ ଶ୍ରୀ ମିଶ୍ର ଜାମିନ୍ ପାଇ ବାହାରେ ଅଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୋଧହୁଏ ଭୁଲିଯାଇଛନ୍ତି ଯେ ୨୦୧୭ ମସିହାରେ ସମ୍ବଲପୁର ଠାରେ ତାଙ୍କ ଉପରେ କିଭଳି ଆକ୍ରମଣ ହୋଇଥିଲା ଓ ଏଭଳି ମରଣାନ୍ତକ ଆକ୍ରାଣ ପଛରେ କିଏ ଥିଲା । ସମ୍ବଲପୁରଠାରେ ବିଧାୟକ ଶ୍ରୀ ମିଶ୍ର ପ୍ରଦର୍ଶନ କରିଥିବା ଆଚରଣକୁ ରାଜ୍ୟ ବିଜେପିର ସଭାପତି ଭାବେ ଶ୍ରୀ ମହାନ୍ତି ଦୃଢ଼ ଭାବେ ନନ୍ଦା କରିବେ ବୋଲି ଆଶା କରାଯାଉଥିବା ବେଳେ ସେ ଯେଭଳି ଏହାକୁ ସମର୍ଥକ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମହାମାରୀ ସମୟରେ ଆପତି ଅଭିଯୋଗ ଜଣାଇବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ଲୋକଙ୍କ ପାଇଁ ହେଉଥିବା ବାସ୍ତବ କାର୍ଯ୍ୟ ଓ ନାଟକବାଜି ଭିତରେ ଥିବା ଫରକକୁ ଜନସାଧାରଣ ବେଶ୍ ଭଲ ଭାବେ ଜାଣିଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।