କୋଭିଡ ରୋଗୀଙ୍କ ପାଇଁ ମାଗଣା ଡାକ୍ତରୀ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାର କୋଭିଡ ରୋଗୀଙ୍କୁ ଟେଲିଫୋନ୍ ଯୋଗେ ମାଗଣା ସେବା ଯୋଗାଇ ଦେବାପାଇଁ ଓଡ଼ିଶା ବୁଦ୍ଧିଜୀବୀଙ୍କ ଆନ୍ତର୍ଜାତିକ ସଂଗଠନ ଓଡ଼ିଶା ପଜିଟିଭ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ସେବା ପାଇଁ ସଂଗଠନ ମେଡଟେଲ୍ ନାମକ ଏକ ଡାକ୍ତରୀ ସଂସ୍ଥା ସହ ରାଜିନାମା କରିଛି । ଓଡ଼ିଶାର ଯେ କୌଣସି ଅଂଚଳର କୋଭିଡ ରୋଗୀ ନିଜ ମୋବାଇଲ୍ ଫୋନରୁ ୯୬୬୭୩୦୮୭୭୭ ନମ୍ବରକୁ ଏକ ମିସ୍ କଲ୍ କରିବେ । ଏହାପରେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ତାଙ୍କୁ କଲ୍ କରାଯିବ ଏବଂ ପରିସ୍ଥିତିର ଗମ୍ଭୀରତା ଅନୁସାରେ ପ୍ରାଥମିକ ଡାକ୍ତରୀ ପାରାମର୍ଶ ପାଇଁ ଜଣେ ଡାକ୍ତରଙ୍କ ସହିତ ଫୋନ୍ରେ ସମ୍ପର୍କ କରାଇଦିଆଯିବ । ଏହି ସେବା ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଓଡ଼ିଶା ପଜିଟିଭ ଅନୁଷ୍ଠାନରେ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି କହିଚନ୍ତି ଯେ, ଦୁଇଦିନ ତଳୁ ଆରମ୍ଭ ହୋଇଥିବା ଏହି ସେବାର ଦୁଯୋଗ ନେବାପାଇଁ ଓଡ଼ିଶାର ବହୁ ଦୁର୍ଗମ ଅଂଚଳରୁ ଫୋନ୍ ଆସୁଛି ଏବଂ ଅନେକ ରୋଗୀ ଏହା ଦ୍ୱାରା ଉପକୃତ ହେଉଛନ୍ତି ।

Leave A Reply

Your email address will not be published.

four × 5 =